Advertisment

କୁବେର ଖଣି ଉପନିର୍ଦ୍ଦେଶକ, ଠୁଳ କରିଥିଲେ ୫୦୦% ଅଧିକ ସମ୍ପତ୍ତି

ଅମାପ ସମ୍ପତ୍ତିର ମାଲିକ ଥିଲେ କୁବେର ଖଣି ଉପନିର୍ଦ୍ଦେଶକ । ନିଜ ଆୟଠୁ ୫୦୦% ଅଧିକ ସମ୍ପତ୍ତି ଠୁଳ କରିଥିଲେ। ସମୁଦାୟ ୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି କମାଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ।

Arrest

Arrest

Advertisment

ଅମାପ ସମ୍ପତ୍ତିର ମାଲିକ ଥିଲେ କୁବେର ଖଣି ଉପନିର୍ଦ୍ଦେଶକ । ନିଜ ଆୟଠୁ ୫୦୦% ଅଧିକ ସମ୍ପତ୍ତି ଠୁଳ କରିଥିଲେ। ସମୁଦାୟ ୫ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି କମାଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଏହି ଅଭିଯୋଗରେ ଧରଣୀଧର ନାୟକଙ୍କୁ ଆଜି ଭିଜିଲାନ୍ସ ବାନ୍ଧିଥିବା ବେଳେ ଦେଇଛି ତାଙ୍କ ସମ୍ପତ୍ତିର ତାଲିକା।

Advertisment

ଧରଣୀଧର ନାୟକ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ୮ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ଖଣି ଉପନିର୍ଦ୍ଦେଶକଙ୍କ ଭୁବନେଶ୍ୱରରେ ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଥିବା ବେଳେ ୧୮୦୦ ସ୍କୋୟାର ଫୁଟରେ ଏକ ଡୁପ୍ଲେକ୍ସ ରହିଛି।

ଏହାବାଦ ତାଙ୍କ ମାଲିକାନାରେ ୧୧ଟି ଜାଗା ଥିବା ବେଳେ ରହିଛି ୨ଟି ମାର୍କେଟ କମ୍ପ୍ଲେକ୍ସ। ଉକ୍ତ ମାର୍କେଟ କମ୍ପ୍ଲେକ୍ସରେ ରହିଛି ୧୯ ଦୋକାନ । ୫୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଧରଣୀଧରଙ୍କ ଘରୁ ମିଳିଥିବା ବେଳେ ୯ ଲକ୍ଷ ୮୫ ହଜାରର ନଗଦ କ୍ୟାସ ମିଳିଥିଲା। ଏଥିସହ କୁବେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଥିବା ଆସବାବପତ୍ରର ମୂଲ୍ୟ ୫୪.୭୦ ଲକ୍ଷ ଟଙ୍କା ବୋଲି ଜଣାଯାଇଛି।

Advertisment

ଖଣି ଉପନିର୍ଦ୍ଦେଶକ ଧରଣୀଧର ବାଲି ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ତେଣୁ ଗତକାଲି ତାଙ୍କ ଘର,ଅଫିସ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉରେ ୧୦ ଜଣ ଭିଜିଲାନ୍ସ ଡିଏସପି, ୧୬ ଇନସପେକ୍ଟର, ୭ଜଣ ଏଏସଆଇ ରେଡରେ ସାମିଲ ହୋଇଥିଲେ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଗୁଡ଼ାଇତୁଡ଼ାଇ ପଚାରିଥିବା ବେଳେ ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ଧରଣୀଧର। ଏହାପରେ ଭିଜିଲାନ୍ସ ଆଜି ତାଙ୍କୁ ବାନ୍ଧିଛି।

Vigilance Raid Angul Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe