Advertisment

ଖଣି ଉପନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ; ୮ଟି ସ୍ଥାନରେ ଚଢ଼ାଉ

ଧରଣୀଧରଙ୍କ ତାଳଚେର ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, କେନ୍ଦୁଝର ପଣ୍ଡାପଡ଼ାରେ ଥିବା ଶ୍ୱଶୁର ଘରରେ ଏକକାଳୀନ ଚଢ଼ାଉ କରାଯାଇଛି।

ଅଦ୍ୟତନ ହୋଇଛି
Dharanidhar Nayak

Dharanidhar Nayak

Advertisment

ତାଳଚେର ଖଣି ଉପ ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

ଧରଣୀଧରଙ୍କ ତାଳଚେର ଅଫିସ, ସରକାରୀ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ପଟିଆରେ
ଥିବା ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ୱଶୁର ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଧରଣୀଧରଙ୍କ ଘରୁ ୫ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇ ଥିବା ସୂଚନା ରହିଛି।

 ଖଣି ଉପନିର୍ଦ୍ଦେଶକ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା। ଧରଣୀଧର ବାଲିଆ ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।  ଏଡି ଚଢ଼ାଉରେ ୧୦ ଜଣ ଭିଜିଲାନ୍ସ ଡିଏସପି, ୧୬ ଇନସପେକ୍ଟର, ୭ଜଣ ଏଏସଆଇ ରେଡରେ ସାମିଲ ହୋଇଛନ୍ତି ।

Advertisment
Vigilance Raid Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe