Advertisment

ବନ୍ଧା ହେଲେ ଇଡ୍‌କୋର କୋଟିପତି ବାବୁ, ଠୁଳ କରିଛନ୍ତି ଆୟଠାରୁ ୭୩୬ ପ୍ରତିଶତ ଅଧିକ ସଂପତ୍ତି

ବିଜୟ କୁମାର ଉଦୟସିଂହଙ୍କ ସମ୍ପତ୍ତି ମଧ୍ୟରେ ରହିଛି, ରାଜଧାନୀ ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାର ସ୍ଥିତ ୩ କୋଟି ୨୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ୪ ମହଲା କୋଠା।

Vijay Kumar Udayasingh

Vijay Kumar Udayasingh

Advertisment

ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ୫ କୋଟି ୩୦ ଲକ୍ଷ ୭୨ ହଜାର ୭୧୭ ଟଙ୍କାର ସଂପତ୍ତି ଠୁଳ କରିଛନ୍ତି, ଯାହା ତାଙ୍କ ଆୟଠାରୁ ୭୩୬ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ବିଜୟ କୁମାର ଉଦୟସିଂହଙ୍କ ସମ୍ପତ୍ତି ମଧ୍ୟରେ ରହିଛି, ରାଜଧାନୀ ଭୁବନେଶ୍ୱରର ରାଜାରାଣୀ ମୌଜାର ଆର୍ଯ୍ୟ ବିହାର ସ୍ଥିତ ୩ କୋଟି ୨୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ୪ ମହଲା କୋଠା। ତାଙ୍କର ଏହି ଘରେ ଅତ୍ୟାଧୁନିକ ରିମୋଟ୍ କଣ୍ଟ୍ରୋଲ୍ ଗେଟ୍, ପାସୱାର୍ଡ ପ୍ରୋଟେକ୍ଟେଡ୍ ଡୋର୍ ଓ ଲକର୍, ଇମ୍ପୋର୍ଟେଡ୍ ଆସବାବପତ୍ର ରହିଛି।

ପୁରୀରେ ତାଙ୍କର ଗୋଟିଏ ଫ୍ଲାଟ ଥିବା ବେଳେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅଛି ୩ଟି ପ୍ଲଟ୍‌। ବ୍ୟାଙ୍କ ଓ ବୀମା ବାବଦକୁ ସେ ୫୫ ଲକ୍ଷ ଟଙ୍କା ଜମା ରଖିଥିବା ବେଳେ ତାଙ୍କ ଘରୁ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ପାଇଥିଲା ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରି ଚକିଆ ଗାଡ଼ି (ଫୋର୍ଡ ଇକୋ ସ୍ପୋର୍ଟସ) ଓ ୩ଟି ଦୁଇ ଚକିଆ ଗାଡ଼ି ଅଛି। ତାଙ୍କ ଘରୁ ମିଳିଥିବା ସୁନା ଗହଣା ଓ ଘରକରଣା ଜିନିଷର ମୂଲ୍ୟ ୨୯ ଲକ୍ଷ ଟଙ୍କା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe