Advertisment

କାନାଡା ଯିବାକୁ ବ୍ୟଗ୍ର: ମା’କୁ ମାରିଲା, ବାପାଙ୍କୁ Sorry କହିଲା

ସୁରଜିତ ଘର ଭିତରକୁ ଯିବା ମାତ୍ରେ ତାଙ୍କ ପତ୍ନୀ ଗୀତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀ ଲୋକଙ୍କ ସହାୟତାରେ ଗୀତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Knief

Knief

Advertisment

କାନାଡା ଯିବାକୁ ବ୍ୟଗ୍ର ଥିବା ଜଣେ ଯୁବକ ଘଟାଇଛି ବର୍ବରକାଣ୍ଡ। ସେ ତା’ର ମା’କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ମା’ ଗୁଣିଗାରେଡି କରି ତା’କୁ କାନାଡା ଯିବାକୁ ଅଟକାଉଥିବା ଆଶଙ୍କା କରି ପୁଅ ଜଣଙ୍କ ଏପରି କାଣ୍ଡ ଘଟାଇଛି।

Advertisment

ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଦିଲ୍ଲୀ ପୁଲିସ୍‌କୁ ଆପୋଲୋ ହସ୍ପିଟାଲ ପକ୍ଷରୁ ଜଣେ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ଖବର ମିଳିଥିଲା। ମହିଳାଙ୍କ ଦେହରେ ଏକାଧିକ ଛୁରୀ ମାଡ଼ର ଚିହ୍ନ ରହିଥିବା ବେଳେ ତାଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା।

ହସ୍ପିଟାଲରୁ ଫୋନ କଲ ପାଇବା ପରେ ଦିଲ୍ଲୀ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାପରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ମା’କୁ ହତ୍ୟା କରିବା ପରେ ୩୧ ବର୍ଷୀୟ କୃଷ୍ଣ କାନ୍ତ ତା’ ବାପା ସୁରଜିତଙ୍କୁ ଫୋନ କରି ଘରକୁ ଡାକିଥିଲା।

Advertisment

ସୁରଜିତ ସ୍ଥାନୀୟ ଅଞ୍ଚଳରେ ଜମି ବ୍ୟବସାୟ କରନ୍ତି। ପୁଅର କଲ୍‌ ପାଇ ସେ ତୁରନ୍ତ ଘରେ ପହଞ୍ଚିଥିଲେ। ଏହି ସମୟରେ ଘର ଦ୍ୱାରରେ ପୁଅ ତାଙ୍କୁ ଅପେକ୍ଷା କରି ରହିଥିଲା। ବାପାଙ୍କୁ ଦେଖିବା ମାତ୍ରେ ସେ ପ୍ରଥମେ କ୍ଷମା କରିଦେବାକୁ କହିଥିଲା। ଏହାପରେ ପ୍ରଥମ ମହଲାରେ ଥିବା ଘରକୁ ନେଇଥିଲା। ବାପାଙ୍କୁ ଭିତରକୁ ଛାଡ଼ି କୃଷ୍ଣ କାନ୍ତ ବାହାରୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲା।

ସୁରଜିତ ଘର ଭିତରକୁ ଯିବା ମାତ୍ରେ ତାଙ୍କ ପତ୍ନୀ ଗୀତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀ ଲୋକଙ୍କ ସହାୟତାରେ ଗୀତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁରଜିତଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି କୃଷ୍ଣ କାନ୍ତଙ୍କୁ ଗିରଫ କରିଛି। ଜେରା ବେଳେ କୃଷ୍ଣ କାନ୍ତ ଚକିତ କରିବା ଭଳି ତଥ୍ୟ ଦେଇଛି। କୌଣସି କାମ ଧନ୍ଧା କରୁ ନଥିବା କୃଷ୍ଣ କାନ୍ତ କାନାଡା ଯିବାକୁ ବେଶ ବ୍ୟଘ୍ର ଥିଲା।

ହେଲେ ମା’ ଗୀତା ତା’କୁ ଛାଡ଼ୁ ନଥିଲେ। ପ୍ରଥମେ ସେ ପୁଅକୁ ବାହା କରିବାକୁ ଚାହୁଁଥିଲେ। ଏହାଦ୍ୱାରା ସବୁବେଳେ ଅସ୍ଥିରତା ମଧ୍ୟରେ ରହୁଥିବା କୃଷ୍ଣ ସୁଧରିଯିବ।

ତେବେ କୃଷ୍ଣ ସନ୍ଦେହ କରୁଥିଲା ଯେ ମା’ କଳାଯାଦୁ କରି ତା’ର ବିଦେଶ ଯିବା ବାଟରେ ବାଧା ସୃଷ୍ଟି କରୁଛନ୍ତି। ଏଥିପାଇଁ ନଭେମ୍ବର ୬ରେ ସେ ଗୋଟିଏ ଛୁରୀ ଦ୍ୱାରା ମା’ଙ୍କୁ ହତ୍ୟା କରିଥିଲା। ପ୍ରଥମେ ବାହାଘରକୁ ନେଇ ମା’ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ କୃଷ୍ଣ ତା’ ମା’ଙ୍କୁ ମାରିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛି।

ସୁରଜିତଙ୍କ ପରିବାର ଜୈତପୁରରେ ରୁହନ୍ତି। ସୁରଜିତ ଓ ଗୀତାଙ୍କ ସାନ ପୁଅ ବ୍ୟାଙ୍କରେ କାମ କରୁଥିବା ବେଳେ କୃଷ୍ଣ କାନ୍ତ ଚାକିରି ନ ପାଇ କାନାଡା ଯିବାକୁ ଚାହୁଁଥିଲା।

Crime Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe