Advertisment

ତେଜିଲା ବିବାଦ; ମୁଖ୍ୟ କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଧବଳେଶ୍ୱରଙ୍କ ମନ୍ଦିରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Baba Dhabaleswar’s

Baba Dhabaleswar’s

ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିପାରିଲାନି ବିବାଦ। ଆଠଗଡ଼ ବାବା ଧବଳେଶ୍ୱରଙ୍କ ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ। ଆଜି ବଡ଼ ଓଷାରେ ଶହ ଶହ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଇଥିଲେ। ତେବେ ଗତକାଲିରୁ ଲାଗି ରହିଥିବା ବିବାଦ ଯୋଗୁଁ ଆଜି ବି ମନ୍ଦିରରେ ଦର୍ଶନ ବନ୍ଦ ଥିଲା। ହେଲେ ବଢ଼ି ଭୋରରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ଆସି ପହଞ୍ଚିଥିଲେ। ବଡ଼ ସିଂହାର ବେଶରେ ଦର୍ଶନ କରିବାକୁ ଲୋକେ ଅପେକ୍ଷା କରି ଶେଷରେ ମୁଖ୍ୟ କବାଟକୁ ଭାଙ୍ଗି ଭିତରେ ପଶିଛନ୍ତି।

Advertisment

ଧବଳେଶ୍ୱରଙ୍କ ମନ୍ଦିରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତକାଲି ପୂଜକ ମାନେ ମନ୍ଦିର ମୁଖ୍ୟଦ୍ୱାରରେ ଧାରଣାରେ ବସିଥିଲେ। ଯାହାଫଳରେ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ। ହେଲେ ଆଜି ଭକ୍ତମାନେ ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ।

ଆଜି ମହାକାର୍ତ୍ତିକ ମାସର ବଡ ପର୍ବ ବଡଓଷା।  ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ। ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍ଯାପନ କରିଥାନ୍ତି। ଏଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇଥିଲା। ପରେ ବାବା ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ,
ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା।

Advertisment
Cuttack Baba Dhabaleswar’s