Advertisment

ଭିଜିଲାନ୍ସ ଜାଲରେ ଜମି ପ୍ରିୟ ଡିଏଫଓ, ୧୧୫ ପ୍ଳଟ୍ ଠାବ

୧୯୯୨ରୁ ୨୦୨୪ ମଧ୍ୟରେ ଏହି ସବୁ ପ୍ଲଟ୍‌ କିଣିଛନ୍ତି ଡିଏଫଓ।

ଅଦ୍ୟତନ ହୋଇଛି
DFO Nityananda Nayak

DFO Nityananda Nayak

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ୍‌ ଡିଏଫଓ ନିତ୍ୟାନନ୍ଦ ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ତାଙ୍କର ୧୧୫ଟି ପ୍ଲଟ୍‌ ଥିବା କଥା ସାମ୍ନାକୁ ଆସିଛି।

Advertisment

ଏହି ୧୧୫ଟି ପ୍ଲଟ୍ ମଧ୍ୟରୁ ୫୩ଟି ଶ୍ରୀ ନାୟକଙ୍କ ନାଁରେ ଥିବା ବେଳେ ୪୨ଟି ତାଙ୍କ ପତ୍ନୀଙ୍କ ନାଁରେ, ୧୬ଟି ତାଙ୍କ ଦୁଇ ପୁଅଙ୍କ ନାଁରେ ଓ ୪ଟି ପ୍ଳଟ୍ ତାଙ୍କ ଝିଅଙ୍କ ନାଁରେ ରହିଛି। ସବୁ ପ୍ଲଟ୍‌ଗୁଡ଼ିକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କିଣିଛନ୍ତି ଡିଏଫ୍‌ଓ ଶ୍ରୀ ନାୟକ।

୧୯୯୨ରେ ରେଞ୍ଜ ଅଫିସର ଭାବେ ସରକାରୀ ଚାକିରି ଆରମ୍ଭ କରିବା ପରଠାରୁ ୨୦୨୪ ମଧ୍ୟରେ ଶ୍ରୀ ନାୟକ ଏହି ସବୁ ପ୍ଲଟ୍ କିଣିଛନ୍ତି। ଏହି ସମୟ ମଧ୍ୟରେ ସେ ଫରେଷ୍ଟ ରେଞ୍ଜ ଅଫିସର, ଆସିଷ୍ଟାଣ୍ଟ କଞ୍ଜରଭର୍ଟର ଫରେଷ୍ଟ, ଡେପୁଟି କଞ୍ଜରଭେର୍ଟର ଓ ଡିଏଫ୍‌ଓ ଭଳି ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି।

Advertisment

୧୧୫ଟି ପ୍ଲଟ ସହିତ ଅନୁଗୋଳର ତୁରଙ୍ଗରେ ଡିଏଫଓ ଶ୍ରୀ ନାୟକଙ୍କର ଏକ ଚାରି ମହଲା କୋଠା ଅଛି। ପ୍ରାୟ ୯୦୦୦ ବର୍ଗଫୁଟ୍‌ ଅଞ୍ଚଳରେ ଏହି କୋଠାଟି ତିଆରି ହୋଇଛି। ତାଙ୍କ ଘରୁ ୧.୧୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ତାଙ୍କର ୪ଟି ଚାରି ଚକିଆ ଗାଡ଼ି ଓ ୪ଟି ଦୁଇ ଚକିଆ ଗାଡ଼ି ରହିଛି। ଏହା ସହିତ ତାଙ୍କ ବ୍ୟାଙ୍କ ଓ ଅନ୍ୟାନ୍ୟ ଜମି ସହିତ କିଛି ସ୍ଥାନରେ ନିବେଶ ମଧ୍ୟ ରହିଛି। ସେ ନେଇ ତଦନ୍ତ ଜାରି ରହିଛି।

ଡିଏଫ୍‌ଓ ଶ୍ରୀ ନାୟକଙ୍କ ପ୍ଲଟ୍‌ ଓ କୋଠାର ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଶାଖା ପକ୍ଷରୁ ମାପଚୁପ ଜାରି ରହିଛି।

ଶ୍ରୀ ନାୟକଙ୍କ ଅନୁଗୋଳ ସ୍ଥିତ ଚାରି ମହଲା କୋଠା ସହିତ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ମଦନମୋହନ ପାଟଣା ସ୍ଥିତ ତାଙ୍କ ପୈତୃକ ଘର, ଅନୁଗୋଳର ଜଗନ୍ନାଥପୁର ସ୍ଥିତ ତାଙ୍କ ଶ୍ୱଶୁର ଘର, କେନ୍ଦୁଝର ସ୍ଥିତ ତାଙ୍କ ଅଫିସ, କେନ୍ଦୁଝର ସ୍ଥିତ ତାଙ୍କ ସରକାରୀ ଘର, ନୟାଗଡ଼ ଜିଲ୍ଲା କୋମଣ୍ଡା ସ୍ଥିତ ତାଙ୍କ ପୁଅଙ୍କ ଆବାସିକ ଘର ଓ କୋମଣ୍ଡା ସ୍ଥିତ ପିଏଚ୍‌ସିରେ ଥିବା ତାଙ୍କ ପୁଅଙ୍କ ଚ୍ୟାମ୍ବରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

Vigilance Raid Dfo Odisha Vigilanace
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe