Advertisment

ଡିଏଫ୍‌ଓ ସୁଧାଂଶୁ ମିଶ୍ରଙ୍କୁ ୩ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗରଫ ହୋଇଥିବା ଆଠଗଡ଼ ଡିଏଫ୍‌ଓ ସୁଧାଂଶୁ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ୨୯ ତାରିଖରୁ ଭିଜିଲାନ୍ସ ବିଭାଗ ତାଙ୍କୁ ରିମାଣ୍ଡରେ ନେବ। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ମଗାଯାଇଥିଲା। ଗିରଫ ହୋଇ ମିଶ୍ର ଜେଲ ଯିବା ପରେ ତାଙ୍କ ନିଲମ୍ବନ ଲାଗି ବିଭାଗ ପକ୍ଷରୁ ପ୍ରକ୍ରିୟା […]

ଅଦ୍ୟତନ ହୋଇଛି
ଡିଏଫ୍‌ଓ ସୁଧାଂଶୁ ମିଶ୍ରଙ୍କୁ ୩ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

attgrah-raid

Advertisment

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗରଫ ହୋଇଥିବା ଆଠଗଡ଼ ଡିଏଫ୍‌ଓ ସୁଧାଂଶୁ ମିଶ୍ରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା ୨୯ ତାରିଖରୁ ଭିଜିଲାନ୍ସ ବିଭାଗ ତାଙ୍କୁ ରିମାଣ୍ଡରେ ନେବ। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଅନୁମତି ମଗାଯାଇଥିଲା। ଗିରଫ ହୋଇ ମିଶ୍ର ଜେଲ ଯିବା ପରେ ତାଙ୍କ ନିଲମ୍ବନ ଲାଗି ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭିଜିଲାନ୍ସ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି।

Advertisment

ସରକାରୀ ନିୟମ ମୁତାବକ ଜଣେ ସରକାରୀ ଅଧିକାରୀ ଗିରଫ ହୋଇ ୪୮ ଘଣ୍ଟା ଜେଲରେ ରହିଲେ ତାଙ୍କୁ ନିଲମ୍ବନ କରାଯାଇ ପାରିବ। ଏକୁ ଦେଖିଲେ ଗିରଫ ଡିଏଫ୍‌ଓ ମିଶ୍ର ନିଲମ୍ବନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଜଣେ ଅଧିକାରୀଙ୍କ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ବାହାରିବା ପରେ ଜଙ୍ଗଲ ବିଭାଗର ଚିନ୍ତା ବଢି ଯାଇଛି। ଏପରି ସ୍ଥିତିରେ ଆସନ୍ତା ଏପ୍ରିଲ ପହିଲାରୁ ବିଭାଗର ସମସ୍ତ ନେଣଦେଣ ଅନ୍‌ ଲାଇନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe