Advertisment

ଦିଲ୍ଲୀ ପୁଲିସ କମିଶନରଙ୍କ ସହ କଥା ହେଲେ ଡିଜିପି

ଡିଜିପି ଅଫିସ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ପୁଲିସ୍ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ଅଛି। ପୀଡ଼ିତାଙ୍କ ପରିବାର ଦିଲ୍ଲୀରେ ପହଞ୍ଚିଥିବା ବେଳେ ସେଠାରେ ପୁଲିସ ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
yb khurania

yb khurania

Advertisment

ଦିଲ୍ଲୀରେ ଓଡ଼ିଶାର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼। ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କଲେ ଡିଜିପି ୱାଇ.ବି.ଖୁରାନିଆ। ଘଟଣାକୁ ଗୁରୁତ୍ୱର ସହ ନେଇ ଅନୁଧ୍ୟାନ କରାଯାଉଥିବା ଡିଜିପି ଖୁରାନିଆ କହିଛନ୍ତି।

Advertisment

ଡିଜିପି ଅଫିସ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ପୁଲିସ୍ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ଅଛି। ପୀଡ଼ିତାଙ୍କ ପରିବାର ଦିଲ୍ଲୀରେ ପହଞ୍ଚିଥିବା ବେଳେ ସେଠାରେ ପୁଲିସ ପଚରାଉଚରା କରୁଛି। ଆବଶ୍ୟକ ପଡ଼ିଲେ ଓଡ଼ିଶା ପୁଲିସ ଦିଲ୍ଲୀ ଯିବ। ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା’ଉପରେ ମଧ୍ୟ ନଜର ରଖାଯିବା ସହ ସଂପୃକ୍ତ ଯୁବତୀଙ୍କ ପରିବାର ଲୋକଙ୍କୁ ଦିଲ୍ଲୀ ଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ଜାତୀୟ ମିଡ଼ିଆରେ ଚର୍ଚ୍ଚା ହେଉଥିବା ଖବର ଅନୁଯାୟୀ, ଗତ ୧୦ ଓ ୧୧ ରାତିରେ ଦିଲ୍ଲୀ ସାଉଥ୍‌ ଇଷ୍ଟର ସରାଇ କଲେ ଖାନ ଫ୍ଲାଏଓଭର ନିକଟରୁ ମୂର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ୩୪ ବର୍ଷିୟା ସଂପୃକ୍ତ ଯୁବତୀଙ୍କୁ। ସେ ପ୍ରାୟ ବର୍ଷେ ହେବ ଦିଲ୍ଲୀରେ ରହି ଆସୁଥିଲେ। ଏପଟେ ମାସେ ଧରି ଯୁବତୀ ନିଖୋଜ ଦର୍ଶାଇ ପରିବାର ପକ୍ଷରୁ ଏକ ମିସିଂ କେସ୍‌ ଦିଆଯାଇଥିଲା। ଆଉ ଏବେ ସଂପୃକ୍ତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଦିଲ୍ଲୀ ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ, ୭୦ (୧)-ଦୁଷ୍କର୍ମ ବା ଗଣଦୁଷ୍କର୍ମ' ଏବଂ '୧୧୫(୨)- ଉଦ୍ଦେଶ୍ୟମୂଳକ ଭାବେ ଆଘାତ ଦେବା' ଧାରାରେ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବତୀ ଜଣକ ନର୍ସିଂ ଗ୍ରାଜୁଏଟ୍, ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଚିକିତ୍ସା କରାଯାଉଛି।

Advertisment
Delhi Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe