Advertisment

ଗୁଳିମାଡ଼ରେ ଢାବା ମାଲିକ ମୃତ, ସହଯୋଗୀ ଗୁରୁତର

ଦୁଇ ଜଣ ଅଜଣା ବ୍ୟକ୍ତି ଏକ ନମ୍ବର ବିହୀନ ବାଇକ୍‌ରେ ଆସି ଢାବା ମାଲିକଙ୍କ ସହ କଥା ହୋଇଥିଲେ ଓ ପରେ ଗୁଳି କରିଥିଲେ।

Dead Body

Dead Body

Advertisment

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ଗ୍ରାମର ସରକାରୀ ଧର୍ମକଣ୍ଟା ନିକଟରେ ଥିବା ଏକ ଢାବାର ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିମାଡ଼ରେ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ରମେଶ ଚାତମ୍ବା। ଗୁରୁତର ଆହତ ତାଙ୍କ ସହଯୋଗୀଙ୍କ ନାଁ ରାମ ପୂର୍ତ୍ତୀ।

ରବିବାର ସନ୍ଧ୍ୟାରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ନମ୍ବର ବିହୀନ କଳା ପଲସରରେ ଆସି ରମେଶ ଚାତମ୍ବାଙ୍କ ଢାବା ନିକଟରେ ଅଟକି ଥିଲେ। ସେମାନେ ରମେଶଙ୍କ ସହିତ ପ୍ରାୟ ୨ ମିନିଟ୍ କଥା ହେବା ପରେ ହଠାତ୍ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ସେମାନେ ୪ ରାଉଣ୍ଡ ଗୁଳି କରି ଥିଲେ। ଗୁଳି ରମେଶ ଓ ତାଙ୍କ ସହଯୋଗୀ ରାମଙ୍କ ଦେହରେ ବାଜିଥିଲା।

Advertisment

ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରମେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। କୋଇଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe