Advertisment

‘ଧୋନି ଘର ଓ ଟଙ୍କା ବାଣ୍ଟୁଛନ୍ତି’ କହି କୁନି ଝିଅକୁ ନେଇଗଲେ

ସମ୍ପୃକ୍ତ ମହିଳାଙ୍କୁ ଘଟଣାସ୍ଥଳକୁ ନେଇ ଯିବା ବାହାନାରେ ତାଙ୍କୁ ଗାଡ଼ିରୁ ଓହ୍ଲାଇଦେଇ ଦେଢ଼ ବର୍ଷର ଛୁଆକୁ ନେଇ ଫେରାର ହୋଇଗଲେ।

ଅଦ୍ୟତନ ହୋଇଛି
Kidnap

Kidnap

Advertisment

‘ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଗରୀବ ଲୋକଙ୍କୁ ଟଙ୍କା ଓ ଘର ବାଣ୍ଟୁଛନ୍ତି। ତୁମର ଆବଶ୍ୟକ ଥିଲେ, ତୁମେ ଏହାର ଲାଭ ନେଇପାର।’

Advertisment

ଏପରି କହି ଜଣେ ମହିଳାଙ୍କୁ ପ୍ରଲୋଭିତ କଲେ ଯୁବକ ଓ ଯୁବତୀ। ଏହା ପରେ ସମ୍ପୃକ୍ତ ମହିଳାଙ୍କୁ ଘଟଣାସ୍ଥଳକୁ ନେଇ ଯିବା ବାହାନାରେ ତାଙ୍କୁ ଗାଡ଼ିରୁ ଓହ୍ଲାଇଦେଇ ତାଙ୍କର ଦେଢ଼ ବର୍ଷର ଛୁଆକୁ ନେଇ ଫେରାର ହୋଇଗଲେ। ଏପରି ଏକ ଘଟଣା ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି। ନିଜ ଛୁଆ ଅପହରଣ ହେବା ପରେ ମୁଣ୍ଡ ପିଟି କାନ୍ଦୁଛନ୍ତି ମଧୁ ଦେବୀ ନାମ୍ନୀ ମହିଳା।

ତିନି ଦିନ ପୂର୍ବେ ମଧୁ ଦେବୀ ନିଜ ଦୁଇ ଛୁଆଙ୍କ ସହ ରାଞ୍ଚିରେ ଏକ ଦୋକାନରୁ କିଣାକିଣି କରୁଥିଲେ। ଉକ୍ତ ସମୟରେ ସେଠାରେ ଏକ ବାଇକ୍‌ରେ ଜଣେ ଯୁବକ ଓ ଜଣେ ଯୁବତୀ ପହଞ୍ଚିଲେ। ମହେନ୍ଦ୍ର ସିଂ ଧୋନୀ ଘର ଓ ଟଙ୍କା ବାଣ୍ଟୁଥିବା କହି ସେମାନେ ମହିଳାଙ୍କୁ ପ୍ରଲୋଭିତ କରିଥିଲେ।

Advertisment

ଏହା ଶୁଣି ଘର ଓ ଟଙ୍କା ବଣ୍ଟା ହେଉଥିବା ସ୍ଥାନକୁ ନେଇଯିବାକୁ ମଧୁ ଦେବୀ ସେମାନଙ୍କୁ ଅନୁରୋଧ କରିଥିଲେ। ଏହାଶୁଣି ଯୁବକଯୁବତୀ ମଧୁ ଦେବୀ ଓ ତାଙ୍କ ଦେଢ଼ ବର୍ଷର ଝିଅକୁ ବାଇକ୍‌ରେ ନେଇ ଯାଇଥିଲେ। ମଧୁଦେବୀ ଉକ୍ତ ଦୋକାନ ନିକଟରେ ନିଜ ୮ ବର୍ଷର ଝିଅକୁ ଛାଡ଼ି ଚାଲି ଯାଇଥିଲେ।

ବାଇକ୍‌ ଚାଳକ ମଧୁଙ୍କୁ ହାର୍ମୁରେ ଥିବା ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ନେଇ ଯାଇଥିବା ବେଳେ ସେଠାରେ ଭିତରେ ବଣ୍ଟନ କାର୍ଯ୍ୟକ୍ରମ ଚାଲୁଥିବା କହିଥିଲେ। ଏହା ଶୁଣି ମଧୁ ଗାଡ଼ିରୁ ଓହ୍ଲାଇ ପଡ଼ିଥିବା ବେଳେ ଯୁବକଯୁବତୀ ତାଙ୍କ ସାନ ଝିଅକୁ ଧରି କ୍ଷୀପ୍ର ବେଗରେ ଫେରାର ହୋଇ ଯାଇଥିଲେ।

ଏନେଇ ମଧୁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଙ୍କ କଥାରେ ତାଳମେଳ ରହୁ ନ ଥିବା ପୁଲିସ୍ ଅଧିକାରୀ କହିଛନ୍ତି। କାରଣ ପ୍ରଥମେ ମହିଳା ଜଣକ ପୁଲିସ୍‌କୁ ଦେଇଥିବା ବୟାନରେ ଅପହରଣକାରୀମାନେ ସରକାରୀ କାର୍ଯ୍ୟକ୍ରମ କଥା କହି ତାଙ୍କୁ ନେଇ ଯାଇଥିବା କହିଥିଲେ। ମାତ୍ର ପରେ ତାହାକୁ ବଦଳାଇ ଉକ୍ତ କାର୍ଯ୍ୟକ୍ରମ ଧୋନିଙ୍କ ଦ୍ୱାରା ଆୟୋଜିତ ହୋଇଥିବା କହିଥିଲେ। ତେଣୁ ପୁଲିସ୍‌ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରୁଛି।

Kidnap M.S. Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe