Advertisment

ଫସିଗଲେ ଦିଗପହଣ୍ଡି ରେଞ୍ଜର, ଟଙ୍କା ନେଇ ଗଲା ବେଳେ ଧରିଲା ଭିଜିଲାନ୍ସ

କାରରେ ଦେଢ଼ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରିଥିଲା ଭିଜିଲାନ୍ସ।

Forest Ranger

Forest Ranger

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ତାଙ୍କର ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

Advertisment

ଗତକାଲି ବିଳମ୍ବିତ ରାତିରେ କାହ୍ନୁଚରଣ ପଟ୍ଟନାୟକ ତାଙ୍କ କାରରେ ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ବାଟରେ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇ ଥିଲା। ଯାଞ୍ଚ ବେଳେ ତାଙ୍କ କାରରୁ ନଗଦ ଦେଢ଼ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପଚରା ଯାଇଥିଲା। କିନ୍ତୁ ଉକ୍ତ ଟଙ୍କାକୁ ନେଇ ଭିଜିଲାନ୍ସର କୌଣସି ପ୍ରଶ୍ନର ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ଏହା ପରେ ଭିଜିଲାନ୍ସ ଉକ୍ତ ଦେଢ଼ ଲକ୍ଷ ଟଙ୍କାକୁ ଜବତ କରିଥିଲା।

ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦିଗପହଣ୍ଡି ସ୍ଥିତ କାର୍ଯ୍ୟାଳୟ, ସରକାରୀ ବାସଭବନ ସହିତ ବ୍ରହ୍ମପୁରର ତୁଳସୀ ନଗର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା।

Advertisment

ଏହି ଚଢ଼ାଉ ବେଳେ ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଠାରୁ ଆହୁରି ନଗଦ ପ୍ରାୟ ୩.୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହିପରି ମୋଟ ୫ ଲକ୍ଷ ଟଙ୍କାର ନଗଦ ରାଶି ଜବତ କରାଯାଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଛି।

Vigilance Raid Odisha Vigilance Vigilance Net Vigilance Odisha Forest Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe