Advertisment

ଋଣ ଟଙ୍କା ଫେରାଇଲା ପରେ ଆସୁଛି ଯୁବତୀଙ୍କ ଉଲ୍ଲଗ୍ନ ଫଟୋ

ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକ ହେଉଛନ୍ତି ହେମୁ(ଛଦ୍ମନାମ)। ମେଡିକାଲ୍‌ ଏମ୍‌ରର୍ଜେନ୍ସୀ ଥିବାରୁ ହଠାତ୍‌ ଟଙ୍କା ଦରକାର ଥିଲା। ସେ କିଛି ଉପାୟ ନପାଇ ସୋଶାଲ୍‌ ମିଡିଆରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋ ଥିବା ଏକ ଡିଜିଟାଲ୍‌ ବ୍ୟାଙ୍କ ଆପ୍‌ରୁ ଟଙ୍କା ପାଇଁ ଆବେଦନ କରିଥିଲେ।

author-image
Manoranjan Sial
Nude

Nude

କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋ ଥିବା ଡିଜିଟାଲ୍‌ ଆପ୍‌ରୁ ୨୨୭୫ ଋଣ ନେଇଥିଲେ। ୭ ଦିନ ପରେ ଫେରାଇଲେ ୨୮୦୦ ଟଙ୍କା। ହେଲେ ଏବେ ଆସୁଛି ଧମକପୂର୍ଣ୍ଣ ଫୋନ୍‌ କଲ୍‌। ଟଙ୍କା ନଦେଲେ ଫଟୋ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଛନ୍ତି। ଯେଉଁଥିରେ ଋଣ ଟଙ୍କା ନେଇଥିବା ବ୍ୟକ୍ତିଙ୍କ ଫଟୋକୁ ଲଙ୍ଗୁଳୀ ଯୁବତୀଙ୍କ ସହିତ ଯୋଡ଼ି ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଛନ୍ତି। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ହୋଇଛି।

Advertisment

ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକ ହେଉଛନ୍ତି ହେମୁ(ଛଦ୍ମନାମ)। ମେଡିକାଲ୍‌ ଏମ୍‌ରର୍ଜେନ୍ସୀ ଥିବାରୁ ହଠାତ୍‌ ଟଙ୍କା ଦରକାର ଥିଲା। ସେ କିଛି ଉପାୟ ନପାଇ ସୋଶାଲ୍‌ ମିଡିଆରେ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋ ଥିବା ଏକ ଡିଜିଟାଲ୍‌ ବ୍ୟାଙ୍କ ଆପ୍‌ରୁ ଟଙ୍କା ପାଇଁ ଆବେଦନ କରିଥିଲେ। ସେମାନେ ୩୫୦୦ ଟଙ୍କା ଦେବେ କହି ଦେଲେ ୨୨୭୫ ଟଙ୍କା। ପରବର୍ତ୍ତୀ ସମୟରେ ସେହି ଟଙ୍କା ସୁଝି ଦେଇଥିଲେ ହେମୁ। ଅର୍ଥାତ ୭ ଦିନ ପରେ ହେମୁ ଦୁଇଟି କିସ୍ତିରେ ୧୪୦୦ ଟଙ୍କା ଲେଖାଏଁ(ମୋଟ୍‌ ୨୮୦୦) ଟଙ୍କା ଫେରାଇଥିଲେ।

ଆଜି ହଠାତ୍‌ ହେମୁଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ଋଣ ଟଙ୍କା ଫେରାଇବାକୁ କହିଥିଲେ। ଟଙ୍କା ଫେରାଇବାକୁ ମନା କରିବାକୁ ହେମୁଙ୍କ ପାଖକୁ ପଠାଇଲେ ଲଙ୍ଗଳା ଯୁବତୀ ଫଟୋ। ଯେଉଁଥିରେ ଯୋଡ଼ା ଯାଇଛି ହେମୁଙ୍କ ପାନ୍‌ ଓ ଆଧାର କାର୍ଡ ଫଟୋ। ଟଙ୍କା ନଫେରାଇଲେ ସୋଶାଲ ମିଡ଼ିଆରେ ସେହି ଫଟୋ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଉଛନ୍ତି। ଯାହାକୁ ନେଇ ଅଡୁଆରେ ପଡ଼ି ଯାଇଛନ୍ତି ହେମୁ। କିଛି ଉପାୟ ନପାଇ ସେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment
Bhubaneswar Bhubaneswar News Cyber Crime