Advertisment

ଗରାଖଙ୍କୁ ଖୁସି କରୁଛନ୍ତି ବାର୍‌ ଗାର୍ଲ; ଭାଇରାଲ୍‌ ହେଉଛି ଭିଡିଓ

ପୂରା ଘଟଣାରେ ବାର୍‌ କର୍ତ୍ତୃପକ୍ଷ, ଗ୍ରାହକ ଓ ବାର୍‌ ଗାର୍ଲଙ୍କ କଥା ଶୁଣିବାକୁ ମିଳୁଛି। ଭିଡିଓରେ ବାର୍‌ ଗାର୍ଲ ଓ ଗ୍ରାହକ ଦେଖାଯାଉଥିବା ବେଳେ ବାର୍‌ କର୍ତ୍ତୃପକ୍ଷଙ୍କ କଥା ଶୁଣିବାକୁ ମିଳୁଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Bar Girl

Bar Girl

ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଛିଡ଼ା ହୋଇଥିବା ବାର୍‌ରେ ଚାଲିଛି ଡିଲ୍‌। ଜଣେ ମଧ୍ୟ ବୟସ୍କ ଗରାଖଙ୍କୁ ଖୁସି କରିବା ପାଇଁ ବାର୍ ଡ୍ୟାନ୍ସରଙ୍କୁ କହୁଛନ୍ତି ବାର୍‌ କର୍ତ୍ତୃପକ୍ଷ। ଆଉ ତା’ର ଭିଡିଓ ଭାଇରାଲ ହେଉଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି- ଗରାଖଙ୍କୁ ଖୁସି କରିବାକୁ ନିର୍ଦ୍ଦେଶ ଆସିବା ପରେ ସିଗାରେଟ୍‌ ଟାଣୁଥିବା ବାର୍‌ ଗାର୍ଲ ବିନ୍ଦାସ ଅନ୍ଦାଜରେ ହଁ ମାରୁଛନ୍ତି। ଗରାଖଙ୍କ ଗାଲ୍‌କୁ ଆଉଁସି ଦେଇ ଖୁସି କରିଦେବେ ବୋଲି କହୁଛନ୍ତି ବାର୍‌ ଗାର୍ଲ। ଆଉ ବାର୍‌ ଗାର୍ଲଙ୍କ ସେହି ହାତ ଆଉଁଶାରେ କୁତୁକୁତୁ ହେଉଛନ୍ତି ଗ୍ରାହକ।

ଖାଲି ଖୁସି ହେଉନାହାନ୍ତି, ଜାକିଜୁକି ହୋଇ କହୁଛନ୍ତି- ସିଏ ଆଉ ***.... ଭଲ ପାଉନି...। ଆଉ ତା’ପରେ ବାର୍‌ ଗାର୍ଲ ଜଣକ ହସିଦେଇ କହୁଛନ୍ତି, ଆଉ କେମିତି କରିବି କହୁନ... ଏବେ ନାହିଁ। ଅଲଗା ଲୋକ ଅଛନ୍ତି... ଟାଇମ୍‌ ଫାଇମ୍‌ ଦେଖିବ ନା... ଯେତେବେଳେ ସେତେବେଳେ କହିବ ନା କ’ଣ?

Advertisment

ଏହାପରେ ଗରାଖ ଜଣଙ୍କ କହୁଛନ୍ତି, ମୁଁ ଗେଲ କରୁଛି ଫଟୋ ଉଠାଅ....। ଏବେ ଗେଲ କଲେ ଭଲ। ପିଇଲା ପରେ ପାଦ ଏପାଖ ସେପାଖ ହୋଇଯିବ...। ଏହାର ଜାବାବରେ ବାର୍‌ ଗାର୍ଲ ଜଣକ କହୁଛନ୍ତି, ଆମେ ରାତି ୧୨ଟା ପରେ ଯାହା ହେବା କଥା ହେବା...। ଏମିତି ଅନେକ କଥା ହେଉଛନ୍ତି ବାର୍‌ ଗାର୍ଲ ଓ ଗରାଖ ଜଣଙ୍କ। 

ଏହି ଭିଡିଓରେ ଗ୍ରାହକ ଓ ବାର୍‌ ଗାର୍ଲ ଦେଖାଯାଉଥିବା ବେଳେ ବାର୍‌ କର୍ତ୍ତୃପକ୍ଷଙ୍କ କେବଳ କଥା ଶୁଣିବାକୁ ମିଳୁଛି। ଏହି କଥାବାର୍ତ୍ତାଟି ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ବାର୍‌ର ଚିତ୍ରରେ ଆଲୋଚନା ହେଉଛି।

ଅନ୍ୟ ଏକ ଭିଡିଓରେ ସମ୍ପୃକ୍ତ ଗରାଖ ଜଣକ ଷ୍ଟେଜ୍‌ରେ ନାଚୁଥିବା ଦେଖିବାକୁ ମିଳୁଛି। ସେ ଖାଲି ନାଚୁନାହାନ୍ତି, ଟଙ୍କା ମଧ୍ୟ ଉଡାଉଛନ୍ତି। କଥାବାର୍ତ୍ତାରୁ ଜଣାପଡ଼ୁଛି, ଗ୍ରାହକ ଜଣକ ପୁରୁଣା ଖେଳାଳି। ସେ ନିୟମିତି ସେହି ବାର୍‌ ଆସୁଥିବେ। ଆଉ ଧମାଲ୍‌ କରି ଯାଉଥିବେ। 

ଏହା ପୂର୍ବରୁ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ରଙ୍ଗୀଲା ବାର୍‌ ନାଁରେ ଆସିଥିଲା ଅଭିଯୋଗ।  ରାଜଧାନୀରେ ରାତି ୧୨ଟା ପରେ ସବୁ ବାର୍‌ ବନ୍ଦ ହେବାର ନିୟମ ଥିବା ବେଳେ ଏଠାରେ ରାତିସାରା ନାଚଗୀତର ଆସର ଜମିଥାଏ ଓ ବାର୍‌ ଗାର୍ଲଙ୍କୁ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ କୁହାଯାଉଥିବା ଅଭିଯୋଗ ହୋଇଛି। ଦୁଇ ଜଣ ବାଲ୍‌ ଗାର୍ଲ ଏପରି ଅଭିଯୋଗ କ୍ୟାପିଟାଲ୍‌ ଥାନାରେ କରିଥିଲେ।

Bhubaneswar Bhubaneswar News