ହାଇଟେକ୍ ଟ୍ରାଜେଡି: ମୃତ ଦିଲୀପଙ୍କ ଶବ ନେଲେ ପରିବାର ଲୋକେ

ପୁଅବୋହୂଙ୍କୁ ହରାଇ ଦୁଃଖରେ ବୁଡ଼ି ରହିଥିବା ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପାଇଥିଲେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଖବରଟିଏ।

 Dead body PhotoOR

ଦିଲ୍ଲୀପଙ୍କ ମୃତଦେହକୁ ଘରକୁ ନେଲେ ପରିବାର ଲୋକେ

Tapaswini Nayak
  • Published: Wednesday, 10 January 2024
  • Updated: 10 January 2024, 08:18 AM IST

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିର DNA ରିପୋର୍ଟ ଆସିବା ପରେ ମୃତଦେହକୁ ଧରି ଗାଁକୁ ଫେରିଗଲେ ମୃତକ ଦିଲୀପ ସାମନ୍ତରାୟଙ୍କ ପରିବାର ଲୋକେ।  ଗାଁକୁ ନେବା ପରେ ଦିଲ୍ଲୀପଙ୍କର ଅନ୍ତିମ ସଂସ୍କାର କରାଯାଇଛି। DNA ରିପୋର୍ଟ ଆସିବା ପରେ ପରିଚୟ ସ୍ପଷ୍ଟ ହେବା ପରେ ପରିବାର ଲୋକଙ୍କୁ ମୃତଦେହ ହସାନ୍ତର କରାଯାଇଛି।

ଅନ୍ୟପକ୍ଷରେ ହାଇଟେକ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ। ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ? ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅହଲ୍ୟା। ଏଥିସହିତ କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଛନ୍ତି ଦିଲ୍ଲୀପଙ୍କ ମା’।

Also Read

ହେଲେ ଆଶ୍ଚର୍ଯ୍ୟର ବିଷୟରେ ଯେ ଗତ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍‌ପିଟାଲ୍‌ରେ ବିସ୍ଫୋରଣ ପରେ ଗତ ୩୧ ତାରିଖରେ ଏକ ମୃତଦେହକୁ ଦିଲ୍ଲୀପଙ୍କର ପରିବାର ଲୋକଙ୍କୁ ଦିଆଯାଇଥିଲା। ଉକ୍ତ ମୃତଦେହ ଦିଲ୍ଲୀପଙ୍କର ବୋଲି କୁହାଯାଇଥିଲା। କିନ୍ତୁ ତାହା ଦିଲ୍ଲୀପଙ୍କର ନଥିଲା। ତାଙ୍କର ସେତେବେଳକୁ ମୃତ୍ୟୁ ହୋଇନଥିଲା। ସେ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟରରେ ଥିଲେ। ଅନ୍ୟପକ୍ଷରେ ଦିଲ୍ଲୀପଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତା’ପରଦିନ ଅର୍ଥାତ୍ ଗତ ଜାନୁଆରୀ ୧ ତାରିଖରେ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ।

ପୁଅବୋହୂଙ୍କୁ ହରାଇ ଦୁଃଖରେ ବୁଡ଼ି ରହିଥିବା ପରିବାର ଲୋକେ ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗତ ୪ ତାରିଖରେ ପାଇଥିଲେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଖବରଟି। ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି ବୋଲି କହିଥିଲେ ହସ୍‌ପିଟାଲ୍ କର୍ତ୍ତୃପକ୍ଷ। ଯାହାଙ୍କୁ ସେମାନେ ଜ୍ୟୋତିରଞ୍ଜନ ମଲ୍ଲିକ ଭାବି ଚିକିତ୍ସା କରୁଥିଲେ ସେ ଦିଲ୍ଲୀପ ସାମନ୍ତରାୟ ବୋଲି ନିଜକୁ ପରିଚୟ ଦେଇଥିଲେ। ଭେଣ୍ଟିଲେଟରରୁ ବାହାରିବା ପରେ ତାଙ୍କ ନାଁ ଦିଲ୍ଲୀପ ବୋଲି କହିଥିଲେ। ଏହା ଜାଣି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ମାନସିକ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ତାଙ୍କର ଆବଶ୍ୟକ ଯାଞ୍ଚ କରାଯାଇଥିଲା। ତା’ ସହିତ ପରିବାର ଲୋକଙ୍କ ଦ୍ୱାରା ଏହାର ସତ୍ୟତା ଜାଣିବାକୁ ପ୍ରୟାସ କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା ସେ ଜ୍ୟୋତିରଞ୍ଜନ ମଲ୍ଲିକ ନୁହନ୍ତି, ସେ ଦିଲ୍ଲୀପ ସାମନ୍ତରାୟ।

ଦିଲ୍ଲୀପ ବଞ୍ଚିଛନ୍ତି ଜାଣି ତାଙ୍କ ପରିବାର ଲୋକଙ୍କ ମୁହଁରେ ଟିକେ ହସ ଫୁଟିଥିଲା। କିନ୍ତୁ ଅକାରଣରେ ବୋହୂର ଜୀବନ ଚାଲି ଯାଇଥିବାରୁ ସେମାନେ ଦୁଃଖରେ ଥିଲେ। ଏଥିପାଇଁ ହସ୍‌ପିଟାଲ କର୍ତ୍ତୃପକ୍ଷ ଦାୟୀ ବୋଲି ସେମାନେ କହିଥିଲେ। ତେବେ ପୁଅ ବଞ୍ଚିଥିବାର ଖୁସି ବି ଗୋଟିଏ ଦିନରୁ ଅଧିକ ରହିଲା ନାହିଁ। କାରଣ ୫ ତାରିଖ ରାତିରେ ନିଜକୁ ଦିଲ୍ଲୀପ ବୋଲି କହୁଥିବା ଯୁବକଙ୍କର ବି ମୃତ୍ୟୁ ଘଟିଥିଲା। ଫଳରେ ଘଟଣା ଅଧିକ ଜଟିଳ ହୋଇଯାଇଥିଲା। ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଅନ୍ୟପଟେ ସେହି ମୃତ ଯୁବକ ଯଦି ଦିଲ୍ଲୀପ, ତା’ହେଲେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଥିଲେ ତାଙ୍କ (ଜ୍ୟୋତିଙ୍କ) ପରିବାର ଲୋକେ। ଜ୍ୟୋତି ଯଦି ମୃତ, ତାଙ୍କ ମୃତଦେହ କୁଆଡ଼େ ଗଲା ବୋଲି ସେମାନେ କରିଥିଲେ ପ୍ରଶ୍ନ। ଏହି ଟଣାଓଟରା ମଧ୍ୟରେ ମୃତଦେହର ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି କହିଥିଲା କମିଶନରେଟ୍ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story