Advertisment

‘ଦିଲ୍ଲୀପ ସାମନ୍ତରାୟ ଜୀବୀତ, ଆବଶ୍ୟକ ପଡ଼ିଲେ ହେବ ଡିଏନଏ ଟେଷ୍ଟ’

ହାଇଟେକ୍ ମେଡ଼ିକାଲ କଲେଜ ବିସ୍ଫୋରଣ ଘଟଣାରେ ଗତ ୩୦ ତାରିଖରେ ଆଖି ବୁଜିଥିବା ଯୁବକ ଜଣକ ଦିଲ୍ଲୀପ ସାମନ୍ତରାୟ ନୁହନ୍ତି। ଦିଲ୍ଲୀପ ସାମନ୍ତରାୟ ଜୀବୀତ ଅଛନ୍ତି।

ଅଦ୍ୟତନ ହୋଇଛି
Press Conference

Press Conference

Advertisment

ହାଇଟେକ୍ ମେଡ଼ିକାଲ କଲେଜ ବିସ୍ଫୋରଣ ଘଟଣାରେ ଗତ ୩୦ ତାରିଖରେ ଆଖି ବୁଜିଥିବା ଯୁବକ ଜଣକ ଦିଲ୍ଲୀପ ସାମନ୍ତରାୟ ନୁହନ୍ତି। ଦିଲ୍ଲୀପ ସାମନ୍ତରାୟ ଜୀବୀତ ଅଛନ୍ତି। ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲ କର୍ତ୍ତୃପକ୍ଷ।

Advertisment

ଏହି ବିସ୍ଫୋରଣରେ ଗୁରୁତର ହୋଇ ହାଇଟେକ୍‌ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିବା ଯୁବକ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ସମସ୍ତେ ଭାବୁଥିବା ବେଳେ ସେ କିନ୍ତୁ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଉକ୍ତ ଯୁବକ ଜଣକ ଭେଣ୍ଟିଲେଟରରୁ ବାହାରିଥିବା ବେଳେ ନିଜ ପରିଚୟ ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି। ଏହାପରେ ଏହି ଘଟଣାକୁ ନେଇ ଦ୍ୱନ୍ଦ୍ୱ ଆରମ୍ଭ ହୋଇ ଯାଇଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।

ମେଡିକାଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ବିସ୍ଫୋରଣ ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହାଇଟେକରେ ଭର୍ତ୍ତି କରାଯାଇଥିଲା। ଠିକା ସଂସ୍ଥା କର୍ମଚାରୀଙ୍କ ପରିଚୟ ଆଧାରରେ ସେମାନଙ୍କ ଚିକିତ୍ସା ଚାଲିଥିଲା।

Advertisment

ତେବେ ଗତ ୩୦ ତାରିଖରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପରିଚୟ ସେତେବେଳେ ଦିଲୀପ ସାମନ୍ତରାୟ ବୋଲି କୁହାଯାଇଥିଲା ଏବଂ ଦିଲୀପଙ୍କ ପରିବାର ଲୋକେ ଦଗ୍ଧ ମୃତଦେହକୁ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଥିଲେ।

ହେଲେ ଚାଞ୍ଚଲ୍ୟକର କଥା ହେଉଛି, ହାଇଟେକ ମେଡିକାଲର ଆଇସିୟୁରେ ଅନ୍ୟ ଜଣେ ଆହତ ଜ୍ୟୋତିରଞ୍ଜନ ମଲ୍ଲିକ ବୋଲି ଭାବି ଯାହାଙ୍କର ଚିକିତ୍ସା ଚାଲିଥିଲା, ସେ ଗତକାଲି ଭେଣ୍ଟିଲେଟରରୁ ବାହାରିବା ପରେ ନିଜ ନାଁ ଦିଲୀପ ସାମନ୍ତରାୟ ବୋଲି କହିଥିଲେ।

ଏହି ଦ୍ୱନ୍ଦ୍ୱର ସମାଧାନ କରିବାକୁ ମନସ୍ତତ୍ତ୍ୱବିତ୍ ତାଙ୍କୁ ଦିଲୀପଙ୍କ ସମସ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ ସେ ସବୁ ଠିକ୍ ଠିକ୍ ଉତ୍ତର ଦେଇଥିଲେ। ତେଣୁ ସେ ହିଁ ଦିଲୀପ ବୋଲି ଏବେ ସମସ୍ତେ ବିଶ୍ୱାସ କରୁଛନ୍ତି। ତେବେ ଜ୍ୟୋତିଙ୍କ ବାପା ନିଜ ପୁଅ ମୃତ୍ୟୁ ହୋଇ ସାରିଥିବା କଥାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହାଠୁ ଅଧିକ ଉଦବେଗଜନକ କଥା କଥା ହେଉଛି, ଦିଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଭାବି ତାଙ୍କ ପତ୍ନୀ ସୋନା ସାମନ୍ତରାୟ କିଛି ଦିନ ତଳେ ଆତ୍ମହତ୍ୟା କରି ସାରିଛନ୍ତି।

ଏନେଇ ହାଇଟେକ୍‌ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ମନସ୍ତତ୍ତ୍ୱବିତ ଅମିତ ପାଟ୍ଟଯୋଶୀ କହିଛନ୍ତି, ଭେଣ୍ଟିଲେଟରରେ ଥିବା ଯୁବକ ଜଣକ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଯେଉଁ ସବୁ ତଥ୍ୟ ଦେଉଛନ୍ତି, ଉକ୍ତ ତଥ୍ୟ ଆଧାରରେ ସେ ଦିଲ୍ଲୀପ ସାମନ୍ତରାୟ ବୋଲି ଆମେ ବିଶ୍ୱାସ କରୁଛୁ। ତେଣୁ ସେ ଦିଲୀପ ବୋଲି ଆମେ ୯୦ରୁ ୯୫ % ବିଶ୍ୱାସ କରୁଛୁ। ଅଧିକ ବିବାଦ ଦେଖାଦେଲେ ଆମେ ଡିଏନଏ ପାଇଁ ବି ପ୍ରସ୍ତୁତ।

ଏଥିସହ ସେ କହିଛନ୍ତି, ପରିବାର ଲୋକେ ଯେବେ ସେମାନଙ୍କୁ ଦେଖିବାକୁ ଆସିଥିଲେ, ସେମାନେ ବି ନିଜ ସମ୍ପର୍କୀୟଙ୍କୁ ଜାଣି ପାରି ନ ଥିଲେ। ଏହାପରେ ଯେତେବେଳେ ଜଣଙ୍କ ମୃତ୍ୟୁ ହେଲା ଦିଲ୍ଲୀପଙ୍କ ପରିବାର ଲୋକେ ଉକ୍ତ ମୃତଦେହକୁ ନେଇ ସତ୍କାର କରି ସାରିଛନ୍ତି। ସେତେବେଳେ ୫୦, ୧୦୦ ଲୋକ ଏକତ୍ରିତ ହୋଇଥିଲେ ବି ସେମାନେ ତାଙ୍କୁ ଚିହ୍ନି ପାରି ନ ଥିଲେ। ତେଣୁ ଆମେ କିପରି ସେମାନ ପ୍ରକୃତ ପରିଚୟ ଜାଣି ପାରିବୁ ବୋଲି ସେ ପଚାରିଛନ୍ତି।

ଏନେଇ ହାଇଟେକ ମେଡ଼ିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ସିଇଓ ଡାକ୍ତର ସ୍ମିତା ପାଢ଼ି କହିଛନ୍ତି, ଏବେ ଦିଲୀପ ସାମନ୍ତରାୟଙ୍କ ଅବସ୍ଥା ଠିକ୍‌ ରହିଥିବା ବେଳେ ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ସେମାନେ ଆମ କର୍ମଚାରୀ ନ ହୋଇ ବି ମାନବିକତା ଦୃଷ୍ଟିକୋଣରୁ ଆମେ ମୃତକଙ୍କ ପରିବାରବର୍ଗଙ୍କୁ କିଛି ଆର୍ଥିକ ସହାୟତା କରିବୁ ବୋଲି ନିଷ୍ପତ୍ତି ନେଇଛୁ।

ଏହି ଘଟଣା ନେଇ ହାଇଟେକ ମେଡିକାଲକୁ ସିଧାସଳଖ ଦାୟୀ କରିଛନ୍ତି ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଓ ଶ୍ୱଶୂର ଘର। ସେମାନେ କହିଛନ୍ତି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦିଲ୍ଲୀପ ବଞ୍ଚିଥାଉ ଥାଉ ଥାଉ ତାଙ୍କ ପତ୍ନୀ ପ୍ରାଣ ହରାଇଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ସେମାନେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ଏହି ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା। ଏଥିରେ ଏଯାବତ୍ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୨ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe