Advertisment

୧୦ ବର୍ଷ ପରେ ସାଧୁ ବେଶରେ ପତ୍ନୀଙ୍କ ପାଖରେ ପହଞ୍ଚିଲେ, ହାତୁଡ଼ିରେ ପିଟି ମାରିଦେଲେ

ଦୀର୍ଘ ୧୦ ବର୍ଷ ପରେ ଜଣେ ବ୍ୟକ୍ତି ସାଧୁ ବେଶ ଧାରଣ କରି ନିଜ ପତ୍ନୀଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଗୋଟିଏ ହାତୁଡ଼ିରେ ପିଟି ହତ୍ୟା କରିଛନ୍ତି।

Pramod

Pramod

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ସାଂଘାତିକ ଘଟଣା। ଦୀର୍ଘ ୧୦ ବର୍ଷ ପରେ ଜଣେ ବ୍ୟକ୍ତି ସାଧୁ ବେଶ ଧାରଣ କରି ନିଜ ପତ୍ନୀଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଗୋଟିଏ ହାତୁଡ଼ିରେ ପିଟି ହତ୍ୟା କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି।

Advertisment

ପୁଲିସ୍‌ର କହିବା କଥା ଯେ ଦକ୍ଷିଣ ଦିଲ୍ଲୀର ନେବ ସରାଇରେ ବୁଧବାର ରାତି ୧୨ଟାରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା। ରକ୍ତାକ୍ତ ଅବସ୍ଥାରେ କିରଣ ଝା ମରି ପଡ଼ିଥିବା ଖବର ପଡ଼ୋଶୀମାନେ ଭୋର ୪ଟାରେ ପୁଲିସ୍‌କୁ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ତେବେ ୧୦ ବର୍ଷ ପରେ କିରଣଙ୍କ ସ୍ୱାମୀ କାହିଁକି ସାଧୁ ବେଶରେ ଆସି ଏପରି ଭୟଙ୍କର କାଣ୍ଡ ଘଟାଇଲେ, ସେକଥା ପୁଲିସ୍‌ ଯାଞ୍ଚ କରୁଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ହତ୍ୟାକାଣ୍ଡ ସମ୍ପର୍କରେ ଭୋର ୪ଟାରେ ଖବର ମିଳିଥିଲା। ଏହାପରେ ଗୋଟିଏ ଟିମ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଅଭିଯୁକ୍ତ ପ୍ରମୋଦ ଝାଙ୍କୁ ଦେଖିବାକୁ ମିଳିଛି। ରାତି ୧୨.୫୦ରେ ସେ କିରଣଙ୍କ ଘର ପାଖରେ ବୁଲୁଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି। ତେଣୁ ହତ୍ୟାକାଣ୍ଡ ଘଟାଇବା ପରେ ସେ ସେଠାରୁ ଖସିବା ବେଳେ ତାଙ୍କ ଚେହେରା କ୍ୟାମେରାରେ କଏଦ ହୋଇଛି।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରମୋଦଙ୍କ ପ୍ରକୃତ ଘର ବିହାରରେ ଓ ତାଙ୍କ ବୟସ ୫୫ ବର୍ଷ। ୧୦ ବର୍ଷ ହେଲାଣି ସେ ପତ୍ନୀଙ୍କ ଠାରୁ ଅଲଗା ହୋଇ ରହୁଥିଲେ। ଅଗଷ୍ଟ ୧ରେ ହିଁ ସେ ବିହାରର ମୁଙ୍ଗେର ଜିଲ୍ଲାରେ ଥିବା ତାଙ୍କ ଗାଁରୁ ଦିଲ୍ଲୀ ଆସିଥିଲେ।

ସେହିପରି କିରଣ ଏଠାରେ ନିଜର ପୁଅ ଦୁର୍ଗେଶ ଝା, ବୋହୂ କମଳା ଝା ଓ ନାତୁଣୀଙ୍କ ସହ ରହୁଥିଲେ। ଦୁର୍ଗେଶ ଗୋଟିଏ ମାଇକ୍ରୋ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ଘଟଣା ଦିନ ସେ ଘରେ ଉପସ୍ଥିତ ନଥିଲେ।

ଫରେନ୍ସିକ ଟିମ ଘଟଣା ସ୍ଥଳରୁ ହତ୍ୟାରେ ବ୍ୟବହୃତ ହାତୁଡ଼ିକୁ ଜବତ କରିଛି। ସେହିପରି ଏକାଧିକ ପୁଲିସ୍‌ ଟିମ ଅଭିଯୁକ୍ତ ପ୍ରମୋଦଙ୍କୁ ଧରିବା ପାଇଁ ବିଭିନ୍ନ ରେଳ ଷ୍ଟେସନ ଓ ବିସ ଷ୍ଟାଣ୍ତରେ ଯାଞ୍ଚ ଆରମ୍ଭ କରିଛନ୍ତି। କିନ୍ତୁ ଏଯାଏ ପ୍ରମୋଦଙ୍କର କୌଣସି ପତ୍ତା ମିଳିନାହିଁ।

Delhi Crime Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe