Advertisment

ଏତେ ମଦ ନଷ୍ଟ କରୁଛ, ମୋତେ ଗୋଟିଏ ବୋତଲ ଦିଅ...

ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେଠାରେ ନକଲି ମଦ ବିକ୍ରି ହେଉଥିବା ଜାଣି ଅବକାରୀ ବିଭାଗ ଚଢ଼ଉ କରିଥିଲା। ଆଉ ନକଲି ମଦ ବୋତଲ ଗୁଡ଼ିକୁ ଡୋଜର ମଡ଼ାଇ ନଷ୍ଟ କରୁଥିଲା।

Bhubaneswar

Bhubaneswar

Advertisment

ଏତେ ମଦ ମୋତଲ ନଷ୍ଟ କରୁଛ, ମୋତେ ଗୋଟିଏ ବୋତଲ ଦିଅ...। ନିଶାରେ ଝୁମୁଥିବା ମଦୁଆ ଜଣକ ଖାଲି ମାଗିଲେ ନାହିଁ, ବରଂ ଭିଡ଼ ଭିତରୁ ମଦ ବୋତଲ ନେବା ପାଇଁ ଉଦ୍ୟମ କରୁଥିଲେ। ଇଏ ତ ଗଲା ନିଶାରେ ଝୁମୁଥିବା ଜଣେ ମଦୁଆ କଥା। ତେବେ ଆଉ ଜଣେ ମଦୁଆ ଅତି ଭଦ୍ର ଓ ନମ୍ର ଭାବେ ଭିଡ଼ ଭିତରୁ ଆସି ମଦ ନେବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ କମିଶନର ତାକୁ ଅଟକାଇ ଜୀବନ ମରଣର ପାଠ ପଢ଼ାଇଲେ। ଆଉ ସ୍ଥାନୀୟ ଲୋକଙ୍କ ହୋହଲ୍ଲା ଯୋଗୁ ହେଲ୍‌ମେଟ୍‌ ପିନ୍ଧିଥିବା ମଦୁଆ ଜଣକ ଦୁଃଖରେ ଫେରି ଯାଇଥିଲେ। ରାଜଧାନୀ ଭୁବନେଶ୍ୱରରେ ନକଲି ମଦ ବୋତଲ ନଷ୍ଟ କରାଯାଉଥିବା ବେଳେ ଏପରି ବିଚିତ୍ର ଚିତ୍ର ସଭ୍ୟ ସମାଜକୁ ଚକିତ କରିଥିଲା।

Advertisment

ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେଠାରେ ନକଲି ମଦ ବିକ୍ରି ହେଉଥିବା ଜାଣି ଅବକାରୀ ବିଭାଗ ଚଢ଼ଉ କରିଥିଲା। ଆଉ ନକଲି ମଦ ବୋତଲ ଗୁଡ଼ିକୁ ଡୋଜର ମଡ଼ାଇ ନଷ୍ଟ କରୁଥିଲା। ଯାହା ଫଳରେ ରାସ୍ତାରେ ମଦର ବନ୍ୟା ସୃଷ୍ଟି ହୋଇଥିଲା। ମଦର ବାସ୍ନା ପାଇ ସେଠାରେ ପହଞ୍ଚିଥିଲେ ଜଣେ ମଦୁଆ। ନିଶାରେ ସେ ଚୂର ଥିଲା। ଠିକ୍‌ରେ ଚାଲି ପାରୁନଥିଲେ। ପାଦ ଏଣେ ତେଣେ ପଡୁଥିଲା। ତଥାପି ପିଇବା ପାଇଁ ଆଉ ଗୋଟିଏ ମଦ ବୋତଲ ମାଗୁଥିଲେ।

ଭିଡ ଭିତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ପ୍ରବଚନ ଦେବା ଆରମ୍ଭ କରିଥିଲେ। ଆଉ କହିଥିଲେ, ... ମୋର ଭାରି ମନ ଦୁଃଖ ହେଲା। ମୋର ଗୋଟିଏ ମଦ ଦରକାର ଥିଲା...।

Advertisment

ସ୍ଥାନୀୟ ଲୋକେ ତାଙ୍କୁ ଥଟାରେ କହିଥିଲେ ତୁ ଟଳୁଛୁ, ଆହୁରି ଗୋଟିଏ ଦରକାର??? ମଦୁଆ ଜଣକ କହିଥିଲେ, ମୁଁ ଖାଇନି। ଆହୁରି ଖାଇବି। ଧୀର ପାଣି ପଥର କାଟେ ଆବଡ଼ ଗଲେ ତ ଖାବଡ଼ ଆସେ...। ବୋଲେ ବୋଲେ ଯାଉ ଜୀବନ... ନାହିଁ ଘରେ ଗଲେ ଉଚ୍ଛନ...। ମୁଁ ଯେତିକି ମଦ ପିଇବି, ସେତିକି ଚାଲିବି। ମଦ ହେଉଛି ମୋର ପେଟ୍ରୋଲ୍‌। ପଖାଳ ଭାତକୁ ଶାଗ ଭଜା ଦରକାର ନାହିଁ। ଖାଲି ମଦ ଦରକାର। ଆଦିବାସୀ ଛୁଆଟି....। ଏହା କହି ମଦୁଆ ଜଣକ ଭଙ୍ଗା ଯାଉଥିବା ସ୍ଥାନରୁ ମଦ ବୋତଲ ଉଠାଇବାକୁ ଚେଷ୍ଟା କରୁଥିଲେ। ହେଲେ ଅବକାରୀ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକାଇ ବାହାର କରିଦେଇଥିଲେ। ତେଣୁ ତା’ ମନ ଭାରି ଦୁଃଖ...।

ଇଏ ତ ଗଲା ଜଣେ ମଦୁଆର କଥା। ଯିଏ ଫୁଲ୍‌ ନିଶାରେ ଥିଲେ। ହେଲେ ଜନ ଗହଳି ଭିତରେ ଆଉ ଜଣେ ମଦୁଆ କିନ୍ତୁ ସମ୍ପୂର୍ଣ୍ଣ ନିଆରା ଓ ଭାରି ସଭ୍ୟ। ମଦ ବୋତଲ ଭଙ୍ଗା ଯାଉଥିବା ସ୍ଥାନରେ ପ୍ରବଳ ଗହଳି ଲାଗିଥିଲା, ଅବକାରୀ କମିଶନର ନିଜେ ଉପସ୍ଥିତ ଅଛନ୍ତି। ହେଲେ ତାହାରି ଭିତରେ ହେଲ୍‌ମେଟ୍‌ ପିନ୍ଧିଥିବା ଜଣେ ନମ୍ର ମଦୁଆ ଭଙ୍ଗା ଯାଉଥିବା ବୋତଲ ଭିତରୁ ଗୋଟିଏ ମଦ ବୋତଲ ନେବା ପାଇଁ ଚେଷ୍ଟା କରୁଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଅଟକାଇ ଥିଲେ। ଯୁକ୍ତିତର୍କ ଭିତରେ ଅବକାରୀ କମିଶନର ନରସିଂହ ଭୋଳ ସେଠାକୁ ଆସିଥିଲେ। ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜୀବନ ଓ ମୃତ୍ୟୁ ସମ୍ପର୍କ ପାଠ ପଢ଼ାଇ ଥିଲେ। କହିଥିଲେ, ପଇସା ବଡ଼ ନା ଜୀବନ। ଅବକାରୀ କମିଶନରଙ୍କଠାରୁ ଏପରି ଶିକ୍ଷାବାଣୀ ଶୁଣିବା ପରେ ମଦୁଆ ଜଣକ ମନ ଦୁଃଖରେ ଫେରି ଯାଇଥିଲେ। ଯାହା ସେଠାରେ ହାସ୍ୟରୋଳ ସୃଷ୍ଟି କରିଥିଲା।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe