Advertisment

କେତେବେଳେ ଯାନୀ ତ କେତେବେଳେ ଶାସନୀ; ନକଲି ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଡାକ୍ତର

କେତେବେଳେ ଯାନୀ ତ କେତେବେଳେ ଶାସନୀ। ମାଟ୍ରିକ ସାର୍ଟିଫିକେଟରେ ଯାନୀ ତ ବ୍ୟାଙ୍କ ପାସବୁକ୍‌ରେ ରହିଛି ଶାସନୀ ସଂଜ୍ଞା ।

Arrest

Arrest

Advertisment

କେତେବେଳେ ଯାନୀ ତ କେତେବେଳେ ଶାସନୀ। ମାଟ୍ରିକ ସାର୍ଟିଫିକେଟରେ ଯାନୀ ତ ବ୍ୟାଙ୍କ ପାସବୁକ୍‌ରେ ରହିଛି ଶାସନୀ ସଂଜ୍ଞା । ଜାଲ ଆଦିବାସୀ ସାର୍ଟିଫିକେଟ ବଳରେ ଡାକ୍ତରୀ ଚାକିରି କରିଥିବା ଏପରି ଜଣେ ଡାକ୍ତରଙ୍କୁ ବାନ୍ଧିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପୁଲିସ୍‌।

Advertisment

ଗିରଫ ଡାକ୍ତରଜଣକ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦୁର୍ଗାଦତ୍ତ ଶାସନି । ଦୁର୍ଗାଦତ୍ତ ଶାସନି ୨୦୧୭ ମସିହାରେ ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ୨୦୨୨ ମସିହାରେ ପଦୋନ୍ନତି ପାଇଥିଲେ । ତେବେ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରି ମଧ୍ୟ ବିଭାଗ କିପରି ଏହି ଜାଲ୍‌ ସାର୍ଟିଫେକଟର ଟେର ପାଇ ପାରିଲାନି ତାହା ଅନ୍ୟମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଦୁର୍ଗାଦତ୍ତ ଶାସନି ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ନେଇ ଦୀର୍ଘ ଦିନ ହେଲା ତାଙ୍କ ସାନ ଭାଇ ଅମ୍ବିକା ଶାସନୀ ଅଭିଯୋଗ କରି ଆସିଛନ୍ତି । ନିଜେ ବ୍ରାହ୍ମଣ ଜାତିର ହୋଇଥିବା ସତ୍ତ୍ୱେ ଆଦିବାସୀ ଯାନୀ ବା କନ୍ଧ ସମ୍ରଦାୟ ର ଜାତି ଗତ ପ୍ରମାଣ ପତ୍ର ଦେଇ ଦୀର୍ଘ ବର୍ଷ ହେଲା କରୁଥିଲେ ଡାକ୍ତର ଚାକିରି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ୫ଟି ସଚିବଙ୍କ ନିକଟରେ ତଥା କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ।

Advertisment

ଏନେଇ ଅମ୍ବିକା ଶାସନୀ ସେମିଳିଗୁଡା ଥାନାରେ ଗତ ଜୁଲାଇ ମାସରେ ଅଭିଯୋଗ କରିଥିବା ବେଳେ ଗତକାଲି ପୁଲିସ୍‌ ସମ୍ପୃକ୍ତ ଡାକ୍ତରଙ୍କୁ ଉଠାଇ ଆଣିଥିଲା ତଦନ୍ତରୁ ସେ ପଟ୍ଟାଙ୍ଗି ତହସିଲରୁ ଜାତିଗତ ପ୍ରମାଣ ପତ୍ର ସଂଗ୍ରହ କରି ସେ ଆଦିବାସୀ କୋଟାରେ ଡାକ୍ତରୀ ଚାକିରି କରୁଥିବା ସ୍ପଷ୍ଟ ହୋଇଥିଲା।

ଏହି ଘଟଣାରେ ପୁଲିସ୍‌ ଗତକାଲି ତାଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିବା ପରେ ବାନ୍ଧିଥିବା ଜଣାଯାଇଛି। ଏହାପରେ ତାଙ୍କୁ ପୁଲିସ୍‌ କୋର୍ଟଚାଲାଣ କରିଥିଲା। ସେଠାରେ ତାଙ୍କ ଜାମିନ ମଞ୍ଜୁର ହୋଇ ଯାଇଥିବା ଜଣାଯାଇଛି।

Arrest Doctor Arrested Doctor Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe