ଠକେଇ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର। କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ମାସିକ ଭଡ଼ା ସୂତ୍ରରେ ଗାଡ଼ି ନେଇ ଚମ୍ପଟ ମାରିଥିଲେ ଡାକ୍ତର ବାବୁ। ଗିରଫ ଡାକ୍ତର ହେଉଛନ୍ତି ଅବିନାଶ ଶତପଥୀ।
ଅବିନାଶ ଏସିସିବି ମେଡିକାଲରେ ଇଣ୍ଟର୍ନଶିପ କରିବା ସମୟରେ ଏକ କାରକୁ ମାସିକ ଭଡ଼ା ସୂତ୍ରରେ ନେଇଥିଲେ। କିଛି ଦିନ ପରେ ଗାଡ଼ି ମାଲିକ ଅବିନାଶଙ୍କୁ ଫୋନ୍ କରିଥିଲେ। ହେଲେ ସେ ଆଉ ଫୋନ୍ ରିସିଭ କରି ନଥିଲେ। ଗାଡ଼ିମାଲିକ ଅବିନାଶଙ୍କୁ ଖୋଜିଥିଲେ। ହେଲେ ସେ ଆଉ ଧରାଛୁଆଁ ଦେଇ ନଥିଲେ।
Also Read
ଠକାମୀର ଶିକାର ହୋଇଥିବା ଜାଣିପାରି ଗାଡ଼ି ମାଲିକ ମଙ୍ଗଳାବାଗ ଥାନାରେ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦୀର୍ଘଦିନ ଧରି ପୁଲିସ ଘଟଣାର ତଦନ୍ତ କରିଥିଲା। ହେଲେ ଅଭିଯୁକ୍ତ ଡାକ୍ତରଙ୍କୁ ପାଉନଥିଲା ପୁଲିସ। ତେବେ ଡାକ୍ତର ଅବିନାଶ ଶତପଥୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ସେଠାରୁ ତାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।