Advertisment

ଠକେଇ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର

ଠକାମୀର ଶିକାର ହୋଇଥିବା ଜାଣିପାରି ଗାଡ଼ି ମାଲିକ ମଙ୍ଗଳାବାଗ ଥାନାରେ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।

ଅଦ୍ୟତନ ହୋଇଛି
Police

Police

Advertisment

ଠକେଇ ଅଭିଯୋଗରେ ବନ୍ଧା ହେଲେ ଡାକ୍ତର। କଟକ ଜିଲ୍ଲା ମଙ୍ଗଳାବାଗ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ମାସିକ ଭଡ଼ା ସୂତ୍ରରେ ଗାଡ଼ି ନେଇ ଚମ୍ପଟ ମାରିଥିଲେ ଡାକ୍ତର ବାବୁ। ଗିରଫ ଡାକ୍ତର ହେଉଛନ୍ତି ଅବିନାଶ ଶତପଥୀ।

Advertisment

ଅବିନାଶ ଏସିସିବି ମେଡିକାଲରେ ଇଣ୍ଟର୍ନଶିପ କରିବା ସମୟରେ ଏକ କାରକୁ ମାସିକ ଭଡ଼ା ସୂତ୍ରରେ ନେଇଥିଲେ। କିଛି ଦିନ ପରେ ଗାଡ଼ି ମାଲିକ ଅବିନାଶଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଆଉ ଫୋନ୍ ରିସିଭ କରି ନଥିଲେ। ଗାଡ଼ିମାଲିକ ଅବିନାଶଙ୍କୁ ଖୋଜିଥିଲେ। ହେଲେ ସେ ଆଉ ଧରାଛୁଆଁ ଦେଇ ନଥିଲେ।

ଠକାମୀର ଶିକାର ହୋଇଥିବା ଜାଣିପାରି ଗାଡ଼ି ମାଲିକ ମଙ୍ଗଳାବାଗ ଥାନାରେ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦୀର୍ଘଦିନ ଧରି ପୁଲିସ ଘଟଣାର ତଦନ୍ତ କରିଥିଲା। ହେଲେ ଅଭିଯୁକ୍ତ ଡାକ୍ତରଙ୍କୁ ପାଉନଥିଲା ପୁଲିସ। ତେବେ ଡାକ୍ତର ଅବିନାଶ ଶତପଥୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ପୁଲିସ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ସେଠାରୁ ତାଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୁଲିସ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe