ଅଭିଯୁକ୍ତ ପୁଲିସ୍ ବାବୁ
୫ ମାସରେ ଜଣେ ପୁଲିସ୍ ସବ ଇନସପେକ୍ଟରଙ୍କ ଦ୍ୱାରା ୪ ଥର ଦୁଷ୍କର୍ମ(Stop Rape)ର ଶିକାର ହୋଇଥିଲେ। ଆଉ ଜଣେ ପୁଲିସ୍ ବାବୁ ପୀଡ଼ିତାଙ୍କୁ ମାନସିକ ନିର୍ଯାତନା ଦେଇ ଚାଲିଥିଲେ। ଶାରିରୀକ ଓ ମାନସିକ ନିର୍ଯାତନା ଅସହ୍ୟ ହେବା ପରେ ଜଣେ ମହିଳା ଡାକ୍ତର ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି।
ମହାରାଷ୍ଟ୍ର(Maharashatra)ର ସତାରାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲେ ମହିଳା। ତାଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ଗୋଟିଏ ହୋଟେଲରୁ ଜବତ କରାଯାଇଛି। ସେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପାପୁଲିରେ ଦୁଇ ପୁଲିସ୍ ବାବୁ ତାଙ୍କ ଜୀବନକୁ କେମିତି ନର୍କ କରିଦେଇଥିଲେ, ସେକଥା ଉଲ୍ଲେଖ କରିଛନ୍ତି।
ପାପୁଲିରେ ଲେଖାଥିବା ସୁଇସାଇଡ ନୋଟରେ ପୀଡ଼ିତା ଜଣଙ୍କ ଏସ୍ଆଇ ଗୋପାଲ ବାଦନେଙ୍କ ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ନିୟମିତ ନିର୍ଯାତନା ଯୋଗୁ ସେ ବାଧ୍ୟ ହୋଇ ଜୀବନ ହାରୁଛନ୍ତି। ଘଟଣା ପରେ ବାଦନେଙ୍କୁ ନିଲମ୍ବିନ କରାଯାଇଛି।
ସେହିପରି ପ୍ରଶାନ୍ତ ବାନକର ନାମକ ଆଉ ଜଣେ ଅଧିକାରୀଙ୍କୁ ମଧ୍ୟ ପୀଡ଼ିତା ଜଣଙ୍କ ନିଜର ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। କିନ୍ତୁ ତାଙ୍କ ବିରୋଧରେ ପୁଲିସ୍ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କି ନାହିଁ, ସେକଥା ଏଯାଏ ସ୍ପଷ୍ଟ ହୋଇନାହିଁ।
ପୀଡ଼ିତା ଜଣଙ୍କ ପାପୁଲରେ ଲେଖିଛନ୍ତି ଯେ “ପୁଲିସ୍ ଇନସପେକ୍ଟର ଗୋପାଲ ବାଦନେ ମୋ ମୃତ୍ୟୁ ପାଇଁ ଦାୟୀ। ସେ ମୋତେ ୪ ଥର ଦୁଷ୍କର୍ମ କରିଛନ୍ତି। ସେ ୫ ମାସ ହେଲା ମୋତେ ଦୁଷ୍କର୍ମ କରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଚାଲିଛନ୍ତି। ପ୍ରଶାନ୍ତ ବାନକର ମଧ୍ୟ ମାନସିକ ନିର୍ଯାତନା ଦେଇ ଚାଲିଥିଲେ।”
ପୀଡ଼ିତାଙ୍କ ଘର ବୀଡ ଜିଲ୍ଲାରେ। ସେ ଫାଲଟନ ସବ ଜିଲ୍ଲା ହସ୍ପିଟାଲରେ ଜଣେ ମେଡିକାଲ ଅଫିସର ଭାବେ କାମ କରୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଜୁନ ୧୯ରେ ଫାଲଟନର ସବ ଡିଭିଜନାଲ ଅଫିସର ଡିଏସ୍ପିଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ମଧ୍ୟ ସେ ପାପୁଲିରେ ଲେଖିଥିବା କଥା ଉଲ୍ଲେ କରିଥିଲେ।
ଚିଠିରେ ପୀଡ଼ିତା ଜଣଙ୍କ ଫାଲଟନ ଗ୍ରାମାଞ୍ଚଳ ପୁଲିସ୍ ବିଭାଗର ୩ ଜଣ ଅଧିକାରୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ ଚିଠିରେ ଏସ୍ଆଇ ଗୋପାଲ, ସବ ଡିଭିଜନାଲ ପୁଲିସ ଇନସପେକ୍ଟର ପାଟିଲ ଓ ଏଏସ୍ଆଇ ଲାଡପୁଟରେଙ୍କ ନାଁ ଉଲ୍ଲେଖ କରିଥିଲେ।
ସେ କହିଥିଲେ ଯେ ସେ ଅତ୍ୟନ୍ତ ମାନସିକ ଚାପରେ ରହିଛନ୍ତି। ତେଣୁ ଘଟଣାକୁ ଗୁରୁତ୍ୱର ସହ ଯାଞ୍ଚ କରାଯାଛ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପୀଡ଼ିତାଙ୍କ ଚିଠି ମିଳିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି।
ଏବେ ମହିଳା ଡାକ୍ତର ଜଣଙ୍କ ଆତ୍ମହତ୍ୟା କରିବା ପରେ ଘଟଣାକୁ ନେଇ ହଇଚଇ ହୋଇଛି। ପୁଲିସ୍ ପ୍ରଶାସନ କେବଳ ଗୋପାଲଙ୍କୁ ନିଲମ୍ବନ କରି ଘଟଣାର ତଦନ୍ତ କରୁଥିବା କହିଛି।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଆମେ ଗୋଟିଏ ମାମଲା କରିଛୁ ଓ ମୃତଦେକୁ ବ୍ୟବଚ୍ଛେଦ ପାଇଁ ପଠାଇଛୁ। ପୀଡ଼ିତାଙ୍କ ପାପୁଲିରେ ଲେଖାଥିବା ଅଭିଯୋଗଗୁଡ଼ିକ ତଦନ୍ତ କରାଯାଉଛି।”
ମହାରାଷ୍ଟ୍ର ମହିଳା କମିଶନ ଅଧ୍ୟକ୍ଷ ରୂପାଲୀ ଚକନାକର କହିଛନ୍ତି, “ଆମେ ନିଜ ଆଡ଼କୁ ଘଟଣା(Crime)କୁ ବିଚାରକୁ ନେଇଛୁ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସତାରା ପୁଲିସ୍କୁ ନିର୍ଦ୍ଦେଶ ଦେଇଛୁ। ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ସ୍ୱତନ୍ତ୍ର ଟିମ ଗଠନ କରିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/24/police-2025-10-24-15-16-19.jpg)