Advertisment

‘ମୋ ପୁଅ କାହିଁକି ମଲା ତାର ବାନ୍ଧବୀ ଜାଣିଛି’

ଆଜି ସଚିନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ଅଦ୍ୟତନ ହୋଇଛି
Baripada

Baripada

Advertisment

ହଷ୍ଟେଲ ରୁମ୍‌ରୁ ଡାକ୍ତର ସଚିନ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ନେଇ ବଢ଼ୁଛି ସସ୍‌ପେନ୍ସ। ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ। ପୁଅର ମୃତ୍ୟୁର ଗୋଟିଏ ଦିନ ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସଚିନଙ୍କ ବାପା। ସେ କହିଛନ୍ତି, ମୋ ପୁଅ କାହିଁକି ଆତ୍ମହତ୍ୟା କଲା, ତାର ଝିଅ ସାଙ୍ଗ ଜାଣିଛି।

Advertisment

ସେ ଆହୁରି କହିଛନ୍ତି, ମୋ ପୁଅର ଜଣେ ଝିଅ ସାଙ୍ଗ ଥିଲା। ମୋ ପୁଅ ସବୁକଥା ସେହି ଝିଅ ସାଙ୍ଗକୁ କୁହେ। ମୋର ପୁଅ ମୃତ୍ୟୁ ସମ୍ପର୍କରେ ତାର ଝିଅ ସାଙ୍ଗ ଜାଣିଛି। ସେହି ଝିଅ ସାଙ୍ଗ ଜଣଙ୍କ ଡାକ୍ତର। ଦୁଇ ଜଣ ସମାନ କ୍ଲାସରେ ପଢ଼ୁଥିଲେ। ସେ ଝିଅର ଘର କେନ୍ଦୁଝର ଜିଲ୍ଲାରେ। ମୋ ପୁଅ ଓ ସେ ଝିଅ ସାଙ୍ଗରେ ଯିବା ଆସିବା କରନ୍ତି।

ସଚିନଙ୍କ ଭଉଣୀ କହିଛନ୍ତି, ମୋ ଭାଇ ଆତ୍ମହତ୍ୟା କରି ନାହିଁ। ତାକୁ ମରିବାକୁ ବାଧ୍ୟ କରାଯାଇଛି। ମୋ ଭାଇ ମୃତ୍ୟୁ ପଛରେ ସେ ଝିଅ ହେଉ ବା ଆଉ କାହାର ହାତ ଥିଲେ ତାକୁ ଉଚିତ ଦଣ୍ଡ ଦିଆଯାଉ। ଆଜି ସଚିନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। 

Advertisment

ଗତକାଲି ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜର ହଷ୍ଟେଲ ରୁମ୍‌ରୁ ସଚିନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସଚିନ ଡାକ୍ତରୀ ପଢ଼ା ଶେଷ କରିବା ପରେ ହାଉସ ସର୍ଜନ ଭାବରେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଗତକାଲି ସକାଳେ ମେଡିକାଲର ସର୍ଜରୀ ୱାର୍ଡରେ ନିଜ କାର୍ଯ୍ୟ ଶେଷ କରି ସେ ହଷ୍ଟେଲକୁ ଫେରି ତାଙ୍କ ରୁମ୍‌ରେ ବିଶ୍ରାମ ନେଉଥିଲେ।

ତେବେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କିଛି ଡାକ୍ତରୀ ଛାତ୍ର କବାଟ ଭାଙ୍ଗି ଦେଇଥିଲେ। କବାଟ ଭାଙ୍ଗିବା ପରେ ସଚିନଙ୍କ ମୃତଦେହ ରୁମ୍‌ରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସଚିନଙ୍କ ମୃତ୍ୟୁକୁ ନେଇ ଏପର୍ଯ୍ୟନ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe