Advertisment

୨ଦିନ ହେଲା ଡାକ୍ତର ପୁଅର ମିଳୁନି ପତ୍ତା; ଫେରାଇ ଆଣିବାକୁ ବାପାର ଆକୁଳ ନିବେଦନ

ଶନିବାର ରାତିରେ ଦୁର୍ବୃତ୍ତମାନେ ଡାକ୍ତର ଅମ୍ଳାନ ଭୋଇଙ୍କୁ ସରକାରୀ କ୍ୱାର୍ଟର୍ସରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।

author-image
Tapaswini Nayak
Doctor’s Father

Doctor’s Father

“ମୋ ପୁଅକୁ  ପୁଅକୁ ଅପହରଣ କରି ନିଆଯାଇଛି। ଦୁଇ ଦିନ ହେବ ତାର ପତ୍ତା ମିଳୁ ନାହିଁ। ମୋ ପୁଅର ମୋବାଇଲ ମଧ୍ୟ ସୁଇଚଅଫ୍‌ ରହିଛି। ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ମୋ ପୁଅକୁ ସୁରକ୍ଷିତ ଫେରାଇ ଆଣନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି ଅପହରଣ ହୋଇଥିବା ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇଙ୍କ ବାପା।” 

Advertisment

ଶନିବାର ରାତିରେ ଦୁର୍ବୃତ୍ତମାନେ ଡାକ୍ତର ଅମ୍ଳାନ ଭୋଇଙ୍କୁ ସରକାରୀ କ୍ୱାର୍ଟର୍ସରୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ତାଙ୍କର କୌଣସି ଖୋଜଖବର ନଥିବା ବେଳେ, କିଏ ଓ କାହିଁକି ତାଙ୍କୁ ଅପହରଣ କଲା ତାହା ସ୍ପଷ୍ଟ ହୋଇନାହିଁ। ପରିବାର ଲୋକେ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଏତଲା ପରେ କାଲିମେଳା ଥାନା ପୁଲିସ ଖୋଳାତାଡ଼ ଆରମ୍ଭ କରିଛି।  ପୁଲିସ ଅମ୍ଳାନଙ୍କ ରୁମ୍‌ରୁ  ଏକ ପୋଷ୍ଟର୍ ମଧ୍ୟ ଜବତ କରିଥିବା ସୂଚନା ରହିଛି।

ଅମ୍ଳାନଙ୍କ ଅପହରଣ ନେଇ ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟିଛନ୍ତି। ସୁରକ୍ଷିତ ଭାବେ ଅମ୍ଳାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

Advertisment

ଗତ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କର ବଚସା ହୋଇଥିଲା। ଏହି ଅପହରଣ ପଛରେ ସେମାନଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଘଟଣା ପଛରେ ନକ୍ସଲଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଛି। ତେବେ ଏନେଇ ପୁଲିସ କି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ। ଅମ୍ଳାନ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାଯାଇଛି।

Odisha Police Kandhamal