Advertisment

ହୋଟେଲ୍‌ ପାଖରେ ଲାଞ୍ଚ ନେଉଥିଲେ ଡାକ୍ତର, ମାଡ଼ି ବସିଲା ଭିଜିଲାନ୍ସ

ଅପରେସନ କରିବା ପାଇଁ ଦୁଇ ଜଣ ରୋଗୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ।

Sourabh Supreet

Sourabh Supreet

Advertisment

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୌରଭ ସୁପ୍ରୀତ। ଅପରେସନ କରିବା ପାଇଁ ଦୁଇ ଜଣ ରୋଗୀଙ୍କ ଠାରୁ ସେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ।

Advertisment

ଗତକାଲି ବେଲପାହାଡ଼ର ଦୁଇ ଜଣ ରୋଗୀ ଗୁରୁଦେବ ଗରଡ଼ିଆ ଓ ଜୟରାମ ଭଇଁସା ହାଇଡ୍ରୋସିଲ୍ ଅପରେସନ ହେବା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଅସ୍ତ୍ରୋପଚାର କରିବା ପାଇଁ ଲାଞ୍ଚ ମାଗିଥିଲେ ଡାକ୍ତର ସୌରଭ ସୁପ୍ରୀତ। ନ ହେଲେ ଆସନ୍ତା ବୁଧବାର ଅପରେସନ କରାଯିବ ବୋଲି କହିଥିଲେ।

ଗୁରୁଦେବ ଓ ଜୟରାମ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଯୋଜନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଏକ ହୋଟେଲ ପାଖରେ ଡାକ୍ତର ସୌରଭ ସୁପ୍ରୀତ ସେମାନଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ।

Advertisment
Vigilance Raid Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe