Advertisment

ସ୍ତ୍ରୀ, ପୁଅ ଓ ଝିଅଙ୍କୁ ହତ୍ୟା କରି ନିଜେ ଝୁଲି ପଡ଼ିଲେ ଡାକ୍ତର

ପ୍ରଥମେ ନିଶା ଇଞ୍ଜେକସନ୍‌ ଦେଇ ସ୍ତ୍ରୀ ଓ ପିଲାଙ୍କୁ ଅଚେତ କରାଇବା ପରେ ସେମାନଙ୍କ ମୁଣ୍ଡକୁ ହାତୁଡିରେ ବାଡେଇ ହତ୍ୟା କରିଥିଲେ। ପରେ ସେ ନିଜକୁ ଧାରୁଆ ଅସ୍ତ୍ରରେ କାଟିବାକୁ ଚେଷ୍ଟା କରି ଫାଶୀ ଲଗାଇ ଦେଇଥିଲେ।

Doctor

Doctor

Advertisment

ଜୀବନ ରକ୍ଷା କରୁଥିବା ଡାକ୍ତର ହିଁ ସାଜିଲେ ହତ୍ୟାକାରୀ। ନିଜ ସ୍ତ୍ରୀ, ପୁଅ ଓ ଝିଅକୁ ଅତି ନିର୍ମମ ଭାବେ କଲେ ହତ୍ୟା। ଏହାପରେ ନିଜେ ଝୁଲି ପଡିଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ରାଏବରେଲିରେ । ପୁଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ରାଏବରେଲି ଜନପଦ ସ୍ଥିତ ମଡର୍ଣ୍ଣ ରେଳକୋଚ୍‌ ଫ୍ୟାକ୍ଟ୍ରି। ଏଠାରେ ପୋଷ୍ଟିଂ ହୋଇଥିବା ଜଣେ ଡାକ୍ତର ନଜ ପତ୍ନୀ ଓ ପୁଅ-ଝିଅକୁ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ନିଜେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବୁଧବାର ରେଳକୋଚ୍‌ କଲୋନୀ ପରିସରରୁ ଏକାସଙ୍ଗେ ୪ ଜଣଙ୍କ ମୃତଦେହ ମିଳିବା ପରେ ଏହାକୁ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି।

ପୁଲିସ ସୂଚନା ଅନୁସାରେ ଏଭଳି ଘଟଣା ଘଟାଇଥିବା ଡାକ୍ତର ଜଣକ ହେଉଛନ୍ତି ଅରୁଣ ସିଂହ। ସେ ଥିଲେ ଚକ୍ଷୁ ବିଶେଷଜ୍ଞ। ରାଏବରେଲିର ମଡର୍ଣ୍ଣ ରେଳକୋଚ୍‌ ଫ୍ୟାକ୍ଟ୍ରିରେ ଆଡିସନାଲ ଡିଭିଜନଲା ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଗତ ରବିବାରଠାରୁ ଡାକ୍ତରଙ୍କ ପରିବାରର କୌଣସି ସଦସ୍ୟ କାହା ସହିତ ଯୋଗାଯୋଗ କରି ନ ଥିଲେ। ଫଳରେ ପଡୋଶୀ ଓ ସମ୍ପର୍କୀୟଙ୍କ ସନ୍ଦେହ ହୋଇଥିଲା। ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା।

Advertisment

ଘଟଣାସ୍ଥଳରୁ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ଯେ, ମୃତ୍ୟୁ ପୂର୍ବରୁ ଅନେକ ଇଞ୍ଜେକ୍ସନ୍‌ ବ୍ୟବହୃତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ, ପ୍ରଥମେ ନିଶା ଇଞ୍ଜେକସନ୍‌ ଦେଇ ସ୍ତ୍ରୀ ଓ ପିଲାଙ୍କୁ ଅଚେତ କରାଇବା ପରେ ସେମାନଙ୍କ ମୁଣ୍ଡକୁ ହାତୁଡିରେ ବାଡେଇ ହତ୍ୟା କରିଥିଲେ। ପରେ ସେ ନିଜକୁ ଧାରୁଆ ଅସ୍ତ୍ରରେ କାଟିବାକୁ ଚେଷ୍ଟା କରି ଫାଶୀ ଲଗାଇ ଦେଇଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ।

୪୫ ବର୍ଷୀୟ ମୃତ ଡାକ୍ତର ଅରୁଣ ସିଂହ, ତାଙ୍କ ୪୦ ବର୍ଷୀୟ ପତ୍ନୀ ଅର୍ଚ୍ଚନା, ପୁଅ ଆରବ ଓ ଝିଅ ଆରିବାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝିଅର ବୟସ ୧୨ ଏବଂ ପୁଅର ବୟସ ୪ ବର୍ଷ ଥିବା ଜଣାପଡିଛି। ଅରୁଣ ସିଂହ ଦୀର୍ଘ ଦିନ ଧରି ଡିପ୍ରେସନରେ ଥିଲେ। ଏହି ଡିପ୍ରେସନ ଯୋଗୁ ସେ ଏଭଳି କାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି।

Murder Doctor Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe