Advertisment

ମାତିଛନ୍ତି ସାଇବର ଲୁଟେରା; ଡାକ୍ତରାଣୀଙ୍କଠୁ ଲୁଟିନେଲେ ୫୯ ଲକ୍ଷ ଟଙ୍କା

ଟେଲିଫୋନ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପରିଚୟ ଦେଇ ଲୁଟ୍।

Cyber Lootera

Cyber Lootera

Advertisment

ନୋଏଡାର ଜଣେ ମହିଳା ଡାକ୍ତରଙ୍କଠାରୁ ୫୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ଫୋନ୍ କଲ୍ ମାଧ୍ୟମରେ 'ଡିଜିଟାଲ ଆରେଷ୍ଟ'ର ଧମକ ଦେଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଲୁଟର ଶିକାର ହେଉଥିବା ଡାକ୍ତର ହେଉଛନ୍ତି ଡ. ପୂଜା ଗୋଏଲ। ସେ ନୋଏଡା ସେକ୍ଟର ୭୭ରେ ରୁହନ୍ତି। ଜୁଲାଇ ୧୩ରେ ତାଙ୍କ ପାଖକୁ ଏକ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ଟେଲିଫୋନ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ବୋଲି ପରିଚୟ ଦେଇଥିଲେ।

ଉକ୍ତ ବ୍ୟକ୍ତି ଜଣକ ଡାକ୍ତର ପୂଜାଙ୍କୁ କହିଥିଲେ ଯେ, ତାଙ୍କ ଫୋନ୍ ଅଶ୍ଳୀଳ ଭିଡିଓ ପ୍ରସାରଣ ପାଇଁ ବ୍ୟବହାର କରାଯାଛି। କିନ୍ତୁ ଡାକ୍ତର ପୂଜା ମାନି ନଥିଲେ। ତାଙ୍କ ଫୋନରେ ଏପରି କୌଣସି ଅନୈତିକ କାର୍ଯ୍ୟ ହେଉନାହିଁ ବୋଲି ଜୋର୍ ଦେଇ କହିଥିଲେ। ଏହାପରେ କଲର୍ ଜଣକ ତାଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଭିଡିଓ କଲରେ ଜଏନ୍ ହେବାକୁ କହିଥିଲେ।

Advertisment

ଡାକ୍ତର ଗୋଏଲ ମଧ୍ୟ ଭିଡିଓ କଲରେ ଜଏନ ହୋଇଥିଲେ। ଯଦି ଟଙ୍କା ଡିପୋଜିଟ ନ କରନ୍ତି ତେବେ ତାଙ୍କୁ ତାଙ୍କୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ, 'ଡିଜିଟାଲ ଆରେଷ୍ଟ' ମଧ୍ୟ କରାଯିବ ବୋଲି ଧମକ ଦେଇଥିଲେ। 

ଏହି ପରି ଦୁଇ ଦିନ ଧରି ଡାକ୍ତରଙ୍କୁ ବିଭିନ୍ନ କଥା କହି ଧମକ ଦେବା ପରେ ଶେଷରେ ସେ ଏକ ଆକାଉଣ୍ଟକୁ ୫୯ ଲକ୍ଷ ୫୪ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏହାପରେ ସେ ସାଇବର କ୍ରାଇମର ଶିକାର ହୋଇଥିବା ଅନୁଭବ କରି ଜୁଲାଇ ୨୨ରେ ନୋଏଡା ସେକ୍ଟର ୩୬ର ସାଇବର କ୍ରାଇମ ସେଲରେ ଅଭିଯୋଗ କରିଛନ୍ତି। 

ସାଇବର ଥାନା ଆସିଷ୍ଟାଣ୍ଟ ପୁଲିସ୍ କମିଶନର ବିବେକ ରଞ୍ଜନ ରାୟ କହିଛନ୍ତି, ଆମ ପାଖରେ ଅଭିଯୋଗ ପହଞ୍ଚିଛି। ଆମେ ଟଙ୍କା ଟ୍ରାନ୍ସଫର ହୋଇଥିବା ଆକାଉଣ୍ଟ ଜବତ କରି ତଦନ୍ତ କରୁଛୁ। ଯାଞ୍ଚ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 

Loot Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe