Advertisment

ଗୋଟିଏ ଫୋନ କଲ ପରେ କେମିତି ୩ ମାସରେ ୧୯ କୋଟି ହରାଇଲେ ମହିଳା ଡାକ୍ତର?

କଲ କରିଥିବା ବ୍ୟକ୍ତି ମହିଳା ଡାକ୍ତରଙ୍କୁ ମନି ଲଣ୍ଡରିଂ ମାମଲାର ଧମକ ଦେବା ସହ ତାଙ୍କ ଫୋନ ସଂଯୋଗକୁ ବାତିଲ କରି ଦେବାର ଧମକ ଦେଇଥିଲା।

Digital

Digital

Advertisment

ସବୁ କିଛି ଗୁଜରାଟର ଗାନ୍ଧିନଗରରେ ରହୁଥିବା ଜଣେ ମହିଳା ଡାକ୍ତରଙ୍କ ପାଖକୁ ଆସିଥିବା ଗୋଟିଏ ଫୋନ କଲରୁ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୫ ତାରିଖରେ ମହିଳା ଡାକ୍ତର ଜଣଙ୍କ ଅଜଣା ନମ୍ବରରୁ ଆସିଥିବା ଫୋନକୁ ଉଠାଇଥିଲେ। ଫୋନରୁ କିଛି ଆପତ୍ତିଜନକ ଜିନିଷ ମିଳିଥିବା କଲ କରିଥିବା ବ୍ୟକ୍ତି କହିଥିଲା। କଲ କରିଥିବା ବ୍ୟକ୍ତି ମହିଳା ଡାକ୍ତରଙ୍କୁ ମନି ଲଣ୍ଡରିଂ ମାମଲାର ଧମକ ଦେବା ସହ ତାଙ୍କ ଫୋନ ସଂଯୋଗକୁ ବାତିଲ କରି ଦେବାର ଧମକ ଦେଇଥିଲା।

Advertisment

ଏଥିରେ ମହିଳା ଡାକ୍ତର ଜଣଙ୍କ ଡରି ଯାଇଥିଲେ। ବାସ ଏହାପରେ ତାଙ୍କ ପାଖକୁ ବିଭିନ୍ନ ପ୍ରକାରର କଲ ଆସିଥିଲା। କେହି ନିଜକୁ ସବ ଇନସପେକ୍ଟର କହୁଥିଲା ତ ଆଉ କେହି ସରକାରୀ ଓକିଲ ଏବଂ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀର ପରିଚୟ ଦେଇ ମହିଳା ଡାକ୍ତରଙ୍କୁ ଡରାଇ ଚାଲିଥିଲେ। ଶେଷରେ ତାଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇ ନିଜ ଇସାରରେ କାମ କରିବାକୁ ବାଧ୍ୟ କରାଯାଇଥିଲା।

ଏସବୁ ସାଇବର ଠକଙ୍କ କାରସାଦି ହୋଇଥିଲେ ହେଁ ନିରୀହ ଡାକ୍ତର ଜଣଙ୍କ କିଛି ବି ବୁଝି ପାରି ନଥିଲେ। ସାଇବର ଠକମାନେ ମହିଳାଙ୍କୁ ନିଜ ଜାଲରେ ଫସାଇ ମାତ୍ର ୩ ମାସ ମଧ୍ୟରେ ତାଙ୍କ ଠାରୁ ୧୯ କୋଟି ଟଙ୍କା ଲୁଟ କରି ନେଇଛନ୍ତି। ୩୫ଟି ଭିନ୍ନଭିନ୍ନ ଆକାଉଣ୍ଟ ଜରିଆରେ ସେମାନେ ଏପରି ଠକେଇ କରିଛନ୍ତି।

Advertisment

ଏତିକିରେ ସାଇବର ଠକଙ୍କ ମନ ବୁଝି ନଥିଲା। ସେମାନେ ମହିଳା ଡାକ୍ତରଙ୍କ ଅସହାୟତାର ଫାଇଦା ଉଠାଇ ତାଙ୍କ ସୁନା ଅଳଙ୍କାର ଜରିଆରେ ଗୋଟିଏ ଋଣ କରିଥିଲେ ଓ ଏହି ଟଙ୍କାକୁ ମଧ୍ୟ ନେଇ ଯାଇଥିଲେ। ମାନସିକ ଚାପରେ ରହୁଥିବା ମହିଳା ଡାକ୍ତର ଜଣଙ୍କ ଯେତେବେଳେ ବି ଘର ବାହାରକୁ ଯାଉଥିଲେ ସେତେବେଳେ ସାଇବର ଠକମାନଙ୍କୁ ନିଜ ଠିକଣାର ଭିଡିଓ କଲ ମାଧ୍ୟମରେ ଜଣାଉଥିଲେ। ଦିନକୁ ଦିନ ମାନସିକ ଚାପ ବଢ଼ି ଚାଲିଥିଲା।

ହଠାତ ଗୋଟିଏ ଦିନ ସବୁ କିଛି ବନ୍ଦ ହୋଇଯାଇଥିଲା। ଏହାପରେ ମହିଳା ଡାକ୍ତର ଜଣଙ୍କ ତାଙ୍କ ସମ୍ପର୍କୀୟମାନଙ୍କୁ ଏ ସମ୍ପର୍କରେ କହିଥିଲେ। କିନ୍ତୁ ସେତେବେଳକୁ ବହୁଳ ବିଳମ୍ବ ହୋଇ ସାରିଥିଲା।

ତଥାପି ଜୁଲାଇ ୧୬ରେ ଅଭିଯୋଗ ପାଇବା ପରେ ଗୁଜରାଟର ସିଆଇଡି କ୍ରାଇମ ଅଧୀନରେ ଥିବା ସାଇବର ସେଲ ଆକ୍ସନ ମୋଡକୁ ଆସିଥିଲା। ସୂତ୍ର ଅନୁସାରେ, ଏହା ଭାରତର ଅନ୍ୟତମ ବଡ଼ ଡିଜିଟାଲ ଆରେଷ୍ଟ ସ୍କାମ। କାରଣ ପୂର୍ବରୁ କେବେ ହେଲେ ବି ଏତେ ଟଙ୍କା ସାଇବର ଠକମାନେ ଲୁଟ କରି ନଥିଲେ।

ସାଇବର ସେଲ ମହିଳାଙ୍କ ଠାରୁ ସବୁ କିଛି ଶୁଣିବା ପରେ ନିଜ ତଦନ୍ତର ଗତିକୁ ବଢ଼ାଇଥିଲା। ଏହାପରେ ପୁଲିସ୍‌ ସୁରତରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତର ଆକାଉଣ୍ଟକୁ ଠକେଇ ହୋଇଥିବା ୧୯ କୋଟିରୁ ୧ କୋଟି ଟଙ୍କା ଯାଇଥିଲା।

ଏବେ ପୁଲିସ୍‌ ଅଭିଯୁକ୍ତକୁ ଜେରା କରିବା ସହ ତା’ ସହ ସାମିଲ ଥିବା ଅନ୍ୟମାନଙ୍କୁ ଧରିବାକୁ ଚେଷ୍ଟା କରୁଛି। ହେଲେ ଏଯାଏ ପୂରା ନେଟୱର୍କର ମାଷ୍ଟରମାଇଣ୍ତ ପାଖରେ ପୁଲିସ୍‌ ପହଞ୍ଚି ପାରିନି।

Cyber Crime Cyber Fraud Cyber Loot Cyber Lootera Cyber Cheating Cyber Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe