Advertisment

ଅନଲାଇନ୍‌ରେ ସିଙ୍ଗଡ଼ା ଅର୍ଡର କରି ଡାକ୍ତର ହଟହଟା; ଆକାଉଣ୍ଟରୁ ୧.୪୦ ଲକ୍ଷ ଗାଏବ

ଅନଲାଇନ୍‌ରେ ସିଙ୍ଗଡ଼ା ଅର୍ଡର କରିବା ପଡ଼ିଲା ମହଙ୍ଗା । ଖାଲି ହୋଇଗଲା ଆକାଉଣ୍ଟ । ଦେଖୁ ଦେଖୁ ଆକାଉଣ୍ଟରୁ ଗାଏବ ହୋଇଗଲା ୧ ଲକ୍ଷ ୪୦ ହଜାର ଟଙ୍କା ।

samosa

samosa

Advertisment

ଅନଲାଇନ୍‌ରେ ସିଙ୍ଗଡ଼ା ଅର୍ଡର କରିବା ପଡ଼ିଲା ମହଙ୍ଗା । ଖାଲି ହୋଇଗଲା ଆକାଉଣ୍ଟ । ଦେଖୁ ଦେଖୁ ଆକାଉଣ୍ଟରୁ ଗାଏବ ହୋଇଗଲା ୧ ଲକ୍ଷ ୪୦ ହଜାର ଟଙ୍କା । ଏପରି ଏକ ଘଟଣା ମାୟାନରରୀ ମୁମ୍ବାଇରେ ଘଟିଥିବା ବେଳେ ସାଇବର ଲୁଟେରାଙ୍କ ଶିକାର ପାଲଟିଛନ୍ତି ଜଣେ ଡାକ୍ତର।

Advertisment

୨୭ ବର୍ଷୀୟ ଜଣେ ଡାକ୍ତର ନିଜ ସାଙ୍ଗଙ୍କ ସହ ପିକ୍‌ନିକ୍‌ରେ ଯିବା ପୂର୍ବରୁ କିଛି ସ୍ନାକ୍‌ସ ସାଙ୍ଗରେ ନେଇଯିବାକୁ ଚିନ୍ତା କଲେ। ଏଥିନିମନ୍ତେ ସେ ଏକ ରେଷ୍ଟୁରାଣ୍ଟକୁ ଫୋନ୍‌ କରି ୧୫ ପ୍ଲେଟ ସିଙ୍ଗଡ଼ା ପଠାଇବାକୁ ଅର୍ଡର କଲେ। ଏଥିନିମନ୍ତେ ପ୍ରଥମେ ସେ ୧୫୦୦ ଟଙ୍କା ପେମେଣ୍ଟ ମଧ୍ୟ କଲେ।

ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ନିକଟକୁ ଏକ କଲ୍‌ ଆସିଥିଲା। ଟଙ୍କା ପହଞ୍ଚି ନ ଥିବା ବେଳେ ଅନ୍ୟ ଏକ ଫୋନ୍‌ ନମ୍ବରରେ ରିକୁଏଷ୍ଟ ପଠାଯାଇଥିଲା। ଏହାପରେ ଡାକ୍ତରଜଣକ ପୁଣି ଥରେ ୧୫ ଶହ ଟଙ୍କା ପେମେଣ୍ଟ କରିଥିଲେ।

Advertisment

ମାତ୍ର ଏହାପରେ ହଠାତ୍‌ ତାଙ୍କ ଆକାଉଣ୍ଟରୁ ଥରକୁ ଥର ଟଙ୍କା କଟିବାକୁ ଲାଗିଲା। ଏଥିସହ ଦେଖୁ ଦେଖୁ ତାଙ୍କ ଆକାଉଣ୍ଟରୁ ସମୁଦାୟ ୧ ଲକ୍ଷ ୪୦ ହଜାର ଟଙ୍କା କଟିଗଲା। ଏହାଦେଖି ତୁରନ୍ତ ଡାକ୍ତରଜଣକ ନିଜ ଆକାଉଣ୍ଟ ବ୍ଲକ୍‌ କରିଦେଲେ। ମାତ୍ର ସେତେବେଳକୁ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ସାରିଥିଲେ।

ଏନେଇ ଡାକ୍ତରଜଣକ ମୁମ୍ବାଇର ସାଇବର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Doctor Loot Cyber Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe