Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ଏମ୍ସ ଡାକ୍ତର

ମୁଣ୍ଡରେ ଧଳା ପଟି, ହାତରେ କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନ କରୁଛନ୍ତି ଡାକ୍ତର।

Doctor strike

Doctor strike

Advertisment

କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଭୁବନେଶ୍ୱର ଏମ୍ସର ଡାକ୍ତର। ଭୁବନେଶ୍ୱର ଏମ୍ସରେ ସିନିୟର୍ ରେଶିଡେଣ୍ଟ, ଜୁନିୟର ରେସିଡେଣ୍ଟ ଓ ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ, ସଠିକ୍ ତଦନ୍ତ ଓ ଡାକ୍ତରଙ୍କୁ ସୁରକ୍ଷା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି।

Advertisment

ମୁଣ୍ଡରେ ଧଳା ପଟି, ହାତରେ କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନ କରୁଛନ୍ତି ଡାକ୍ତର। ଜରୁରୀକାଳୀନ ସେବାକୁ ଛାଡ଼ି ଓପିଡି, ଆଇପିଡି, ଓଟି କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଡାକ୍ତର। ଯାହାକୁ ନେଇ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। କେବଳ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ରୋଗୀ ସେବାରେ ନିୟୋଜିତ ଅଛନ୍ତି।

ଭୁବନେଶ୍ୱର ଏମସ୍ ଆଡିସିନାଲ୍ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଭାସ ତ୍ରିପାଠୀ କହିଛନ୍ତି, ସିନିୟର୍ ରେଶିଡେଣ୍ଟ, ଜୁନିୟର ରେସିଡେଣ୍ଟ, ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଛନ୍ତି। ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ମାନେ ରୋଗୀ ଦେଖୁଛନ୍ତି। ଯେପରି ରୋଗୀ ସେବା ବ୍ୟାହତ ନ ହେବ ସେନେଇ ଚେଷ୍ଟା କରାଯାଉଛି।

Advertisment

ସୂଚନାଯୋଗ୍ୟ, ଗୁରୁବାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ କରାଯିବ ସହ ହତ୍ୟା କରାଯାଇଥିଲା। ୩୧ ବର୍ଷୀୟା ପୀଡ଼ିତା କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଭାବେ କାମ କରୁଥିଲେ। ଉକ୍ତ ମେଡିକାଲର କ୍ୟାମ୍ପସ୍‌ରେ ଥିବା ସେମିନାର ହଲ୍‌ରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଶୁକ୍ରବାର ସକାଳେ ତାଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ପୁଲିସ୍‌ ସିଭିକ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ସଞ୍ଜୟଙ୍କୁ ଗିରଫ କରି ସାରିଛି।

Bhubaneswar Bhubaneswar Aiims Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe