Advertisment

Stop Rape: ଆର୍ମି ଅଫିସରର ପରିଚୟ ଦେଇ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କଲା ଡେଲିଭରୀ ଏଜେଣ୍ଟ

ସେ ନିଜକୁ ସେନାର ଜଣେ ଲେଫ୍ଟନାଣ୍ଟ ଅଧିନାକାରୀ ଭାବେ ପରିଚୟ ଦେଇ ମହିଳା ଡାକ୍ତରଙ୍କୁ ଯୋଗାଯୋଗ କରିଥିଲା। ଇନଷ୍ଟାଗ୍ରାମରେ ପ୍ରଥମେ ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲା ଆରବ।

author-image
Hemant Lenka
Doctor

ଗିରଫ ଅଭିଯୁକ୍ତ

ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ଜଣେ ବ୍ୟକ୍ତି ଘଟାଇଛନ୍ତି ଜଘନ୍ୟକାଣ୍ଡ। ସେ ଜଣେ ମହିଳା ଡାକ୍ତରଙ୍କୁ କରିଛନ୍ତି ଦୁଷ୍କର୍ମ। ପୀଡ଼ିତା ଜଣଙ୍କ ଦିଲ୍ଲୀ( Delhi)ର ସଫଦରଜଙ୍ଗ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ଅଭିଯୁକ୍ତ ଜଣକ ବାସ୍ତବରେ ଜଣେ ଡେଲିଭରୀ ଏଜେଣ୍ଟ। 

Advertisment

ତା’ ନାଁ ଆରବ ଓ ସେ ଦିଲ୍ଲୀର ଛତରପୁର ଅଞ୍ଚଳରେ ରୁହେ। ହେଲେ ସେ ନିଜକୁ ସେନାର ଜଣେ ଲେଫ୍ଟନାଣ୍ଟ ଅଧିନାକାରୀ ଭାବେ ପରିଚୟ ଦେଇ ମହିଳା ଡାକ୍ତରଙ୍କୁ ଯୋଗାଯୋଗ କରିଥିଲା। ଇନଷ୍ଟାଗ୍ରାମରେ ପ୍ରଥମେ ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲା ଆରବ। କିଛି ଦିନର କଥାବାର୍ତ୍ତା ପରେ ଉଭୟ ପରସ୍ପର ଭିତରେ ମୋବାଇଲ ନମ୍ବର ଅବଦଳବଦଳ କରିଥିଲେ। ଏହାପରେ କଥାବାର୍ତ୍ତା ବଢ଼ିଥିଲା। ହ୍ୱାଟସଆପରେ ଉଭୟ ନିୟମିତ କଥା ହୁଅନ୍ତି। 

ଆରବ ନିଜର ପୋଷ୍ଟିଂ ଜମ୍ମୁ-କଶ୍ମୀରରେ ହୋଇଛି ବୋଲି କହିବା ସହ ମହିଳା ଡାକ୍ତରଙ୍କ ପାଖକୁ ଆର୍ମି ୟୁନିଫର୍ମରେ ଫଟୋ ମଧ୍ୟ ପଠାଇଥିଲା। ଚଳିତ ମାସରେ ଆରବ ଦିଲ୍ଲୀ ଆସିଥିବା କଥା ମହିଳା ଡାକ୍ତରଙ୍କୁ କହିଥିଲା। ଏହାପରେ ସହରର ମସିଜ ମୋଟା ଅଞ୍ଚଳରେ ରହୁଥିବା ମହିଳା ଡାକ୍ତରଙ୍କୁ ଦେଖା କରିବାକୁ ଯାଇଥିଲା।

Advertisment

ହେଲେ ଏହି ସମୟରେ ଆରବ ମହିଳା ଡାକ୍ତରଙ୍କ ଖାଦ୍ୟରେ ନିଶା ମିଶାଇ(Crime) ଦେଇଥିଲା। ଏହାକୁ ଖାଇ ସେ ଅଚେତ ହୋଇଯାଇଥିଲା। ମହିଳା ଡାକ୍ତରଙ୍କ ଅଚେତ ଅବସ୍ଥାର ଫାଇଦା ଉଠାଇଥିଲା ଆରବ। ସେହି ଅବସ୍ଥାରେ ସେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ(Stop Rape) କରି ଫେରାର ହୋଇ ଯାଇଥିଲା।

ମହିଳା ଡାକ୍ତର ଜଣଙ୍କ ଚେତା ପାଇବା ପରେ ସଫଦରଜଙ୍ଗ ଏନକ୍ଲେଭ ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ କରିଛନ୍ତି। ପୁଲିସ୍‌ ଛତରପୁର ଅଞ୍ଚଳର ଏକାଧିକ ସ୍ଥାନରେ ରେଡ କରି ଶେଷରେ ଆରବକୁ ଗିରଫ କରିଛି। 

ଜେରା ବେଳେ ଆରବ କହିଛି ଯେ ମହିଳା ଡାକ୍ତରଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେ ଗୋଟିଏ ଦୋକାନରୁ ଆର୍ମି ୟୁନିଫର୍ମ କିଣିଥିଲା। ଏହାପରେ ଫଟୋ ଉଠାଇ ମହିଳାଙ୍କ ପାଖକୁ ପଠାଇଥିଲା। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି। 

Delhi Crime Stop Rape