Advertisment

ଅପରାଧ ପୂର୍ବରୁ ମଦ ପିଇଥିଲା, ପର୍ଣ୍ଣଗ୍ରାଫି ଭିଡିଓ ଦେଖିଥିଲା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମକାରୀ

ଅପରାଧ ଘଟିବା ଦିନ ରାତି ୧୧ଟାରେ ସଞ୍ଜୟ ହସ୍ପିଟାଲର ପଛ ପଟକୁ ଯାଇଥିଲା। ସେଠାରେ ପ୍ରବଳ ମଦ ପିଇଥିଲା। ମଦ ପିଇବା ବେଳେ ସେ ମୋବାଇଲରେ ବସି ପର୍ଣ୍ଣ ଫିଲ୍ମ ଦେଖିଥିଲା।

author-image
Hemant Lenka
Kolkata

Kolkata

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଗିରଫ ହୋଇ ଅପରାଧ ସ୍ୱୀକାର କରିଥିବା ସଞ୍ଜୟ ରୟ ସମ୍ପର୍କରେ ପୁଲିସ୍‌ ଦେଇଛି ସାଂଘାତିକ ସୂଚନା। ହସ୍ପିଟାଲ ଭିତରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପୂର୍ବରୁ ପ୍ରଚୁର ମଦ ପିଇଥିଲା ସଞ୍ଜୟ। ଏଥିସହ ସେ ନିୟମିତ ପର୍ଣ୍ଣ ମଧ୍ୟ ଦେଖେ। ଘଟଣା ଦିନ ସେ ପର୍ଣ୍ଣଗ୍ରାଫି ଭିଡିଓ ଦେଖିଥିଲା ବୋଲି ପୁଲିସ୍‌ କହିଛି।

Advertisment

ଅପରାଧ ଘଟିବା ଦିନ ରାତି ୧୧ଟାରେ ସଞ୍ଜୟ ହସ୍ପିଟାଲର ପଛ ପଟକୁ ଯାଇଥିଲା। ସେଠାରେ ପ୍ରବଳ ମଦ ପିଇଥିଲା। ମଦ ପିଇବା ବେଳେ ସେ ମୋବାଇଲରେ ବସି ପର୍ଣ୍ଣ ଫିଲ୍ମ ଦେଖିଥିଲା। ଯାଞ୍ଚ ବେଳେ ସଞ୍ଜୟ ଫୋନରୁ ପୁଲିସ୍‌ ଏକାଧିକ ଭୟଙ୍କର ପର୍ଣ୍ଣଗ୍ରାଫି ଭିଡିଓ ଠାବ କରିଛି।

ହିଂସାତ୍ମକ ପର୍ଣ୍ଣ ଭିଡିଓରେ ତା’ ମୋବାଇଲ ପୂରା ଭର୍ତ୍ତି ହୋଇଯାଇଛି। ଏଥିରୁ ଜଣାପଡ଼ୁଛି ଯେ ସଞ୍ଜୟ ଜଣେ ବିକୃତ ମାନସିକର ବ୍ୟକ୍ତି। ଘଟଣା ଦିନ ରାତିରେ ପ୍ରଚୁର ମଦ ପିଇବା ପରେ ସେ ଏକାଧିକ ଥର ହସ୍ପିଟାଲ ଭିତରେ ପ୍ରବେଶ କରିଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ଶୁକ୍ରବାର ଭୋର ସମୟରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମ ଭିତରୁ ୩୧ ବର୍ଷୀୟ ପୋଷ୍ଟଗ୍ରାଜ୍ୟୁଏଟ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ହତ୍ୟା କରାଯିବା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ପୀଡ଼ିତାଙ୍କ ଗୁପ୍ତାଙ୍ଗରୁ ରକ୍ତ ବାହାରିଥିଲା। ତାଙ୍କ ପେଟ, ଗୋଡ଼, ବେକ, ଡାହାଣ ହାତ, କାଣି ଅଙ୍ଗୁଳି ଓ ଓଠରେ ମଧ୍ୟ କ୍ଷତ ଚିହ୍ନ ରହିଛି।

ଘଟଣା ଘଟିଥିବା ଚେଷ୍ଟ ମେଡିସିନ ବିଭାଗ ଭିତରକୁ ଯିବା ପାଇଁ ଦୁଇଟି ପ୍ରବେଶ ପଥ ରହିଛି। ଘଟଣା ଦିନ ଗୋଟିଏ ପ୍ରବେଶ ବନ୍ଦ ରହିଥିଲା। କେବଳ ପଛ ପଟ ଗେଟ ଖୋଲା ରହିଥିଲା। ସିସିଟିଭିରୁ ଜଣାପଡ଼ିଛି ଯେ ଭୋର ୪ଟା ସମୟରେ ୬ ଜଣ ବିଭାଗ ଭିତରକୁ ପଛ ଗେଟରେ ପ୍ରବେଶ କରିଥିଲେ।

ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଆଡମିଟ ହୋଇଥିବା ସେମାନଙ୍କ ପରିବାର ଲୋକଙ୍କ କଥା ବୁଝିବାକୁ ଯାଇଥିଲେ। ହେଲେ ସଞ୍ଜୟ ଭିତରକୁ ଯିବାର ସେମିତି କିଛି କାରଣ ନଥିଲା। ସେ ଅପରାଧ ଘଟାଇବା ଉଦ୍ଦେଶ୍ୟରେ ହିଁ ଭିତରକୁ ଯାଇଥିଲା। 

ସିସିଟିଭି ଆଧାରରେ ପୁଲିସ୍‌ ତାକୁ ଜେରା କରିଥିଲା। ଏଥିସହ ମୃତଦେହ ନିକଟରୁ ମିଳିଥିବା ବ୍ଲୁଟୁଥ ହ୍ୟାଣ୍ଡସେଟ ଜରିଆରେ ପୁଲିସ୍‌ ସଞ୍ଜୟ ପାଖରେ ପହଞ୍ଚିଥିଲା। ଜେରା ବେଳେ ସଞ୍ଜୟ ନିଜ ଅପରାଧକୁ ସ୍ୱୀକାର କରିଛି।

ଘଟଣା ପରେ ସଞ୍ଜୟ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା। ସେ ସେମିନାର ରୁମ ଭିତରୁ ଭୋର ୪.୪୫ରେ ବାହାରିଥିଲା। ହସ୍ପିଟାଲରୁ ବାହାରି ସେ ୪ର୍ଥ ବାଟାଲିୟନର ବାରାକକୁ ଯାଇ ଶୋଇପଡ଼ିଥିଲା। ସେଠାରୁ ପୁଲିସ୍‌ ତାକୁ ଗିରଫ କରିଛି।

Kolkata Doctor Murder Case Kolkata Murder Case Kolkata Kolkata Police