Advertisment

Stop Rape: ସାଂସଦଙ୍କ ବିରୋଧରେ ‘ମିଛ ରିପୋର୍ଟ’ ଅଭିଯୋଗ ଆଣିଥିଲେ ଦୁଷ୍କର୍ମ ପରେ ଆତ୍ମହତ୍ୟା କରିଥିବା ଡାକ୍ତର

ମହିଳା ଡାକ୍ତରଙ୍କୁ ମିଛ ମେଡିକାଲ ରିପୋର୍ଟ ଦେବାକୁ କେବଳ ପୁଲିସ୍‌ ପକ୍ଷରୁ ଚାପ ପକା ଯାଉ ନଥିଲା, ବରଂ ଜଣେ ସାଂସଦ ମଧ୍ୟ ତାଙ୍କୁ ମିଛ ମେଡିକାଲ ଦେବାକୁ ବାରମ୍ବାର କହୁଥିଲେ।

author-image
Hemant Lenka
Maha

ମହିଳା ଡାକ୍ତର

ଜଣେ ପୁଲିସ୍‌ ଅଧିକାରୀଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମ(Stop Rape)ର ଶିକାର ହେବା ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ମହିଳା ଡାକ୍ତରଙ୍କ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଗୁରୁବାର ବିଳମ୍ବିତ ରାତିରେ ମହିଳା ଡାକ୍ତର ଜଣଙ୍କ ମହାରାଷ୍ଟ୍ରର ସତାରା ସ୍ଥିତ ଗୋଟିଏ ହୋଟେଲ ରୁମରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଦୁଷ୍କର୍ମ କଳାକାହାଣୀ ନିଜ ବାମ ହାତର ପାପୁଲିରେ ଲେଖି ସାରିଥିଲେ। 

Advertisment

ଏବେ ତାଙ୍କ ସହ ଜଡ଼ିତ ଆଉ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି। ଉକ୍ତ ମହିଳା ଡାକ୍ତରଙ୍କୁ ମିଛ ମେଡିକାଲ ରିପୋର୍ଟ ଦେବାକୁ କେବଳ ପୁଲିସ୍‌ ପକ୍ଷରୁ ଚାପ ପକା ଯାଉ ନଥିଲା, ବରଂ ଜଣେ ସାଂସଦ ମଧ୍ୟ ତାଙ୍କୁ ମିଛ ମେଡିକାଲ ଦେବାକୁ ବାରମ୍ବାର କହୁଥିଲେ। 

ମହିଳା ଡାକ୍ତରଙ୍କ ଜଣେ ସମ୍ପର୍କୀୟ ପୂର୍ବରୁ ଦାବି କରିଥିଲେ ଯେ ଅସ୍ୱାଭାବିକ ମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ବଦଳାଇବାକୁ ପୁଲିସ୍‌ ପକ୍ଷରୁ କୁହାଯାଉଥିଲା। ସେହିପରି ଗିରଫ ପରେ ଯଦି କାହାକୁ ମେଡିକାଲ ଟେଷ୍ଟ ପାଇଁ କାହାକୁ ଅଣା ଯାଉଥିଲା ତାଙ୍କ ରିପୋର୍ଟରେ ମଧ୍ୟ ଅଦଳବଦଳ କରିବାକୁ ମହିଳା ଡାକ୍ତରଙ୍କୁ ପୁଲିସ୍‌ କହୁଥିଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଥିଲେ। 

Advertisment

ଏବେ ସାମ୍ନାକୁ ଆସିଥିବା ବେଶ ଆଶ୍ଚର୍ଯ୍ୟ ଜନକ। ଯେତେବେଳେ ସତାରା ପୁଲିସ୍‌ କୌଣସି ଅଭିଯୁକ୍ତ(Crime)ଙ୍କୁ ଗିରଫ କରେ ଓ ରାତି ସମୟରେ ମେଡିକାଲ ଟେଷ୍ଟ ପାଇଁ ତାଙ୍କୁ ଆଣେ ସେତେବେଳେ ଡ୍ୟୁଟିରେ ଥିବା ମହିଳା ଡାକ୍ତର ଅଭିଯୁକ୍ତଙ୍କୁ ଅନଫିଟ ବୋଲି ଦର୍ଶାନ୍ତି। ଅଭିଯୁକ୍ତ ପୂରା ଫିଟ ଥିଲେ ହେଁ ତାଙ୍କୁ ମିଛ ଅନଫିଟ୍‌ କାଜଗପତ୍ର ଦ୍ୱାରା ହସ୍ପିଟାଲରେ ଆଡମିଟ କରିଦିଆଯାଏ ବୋଲି ଅଭିଯୋଗ ହୋଇଥିଲା। 

୩ରୁ ୪ ଥର ଏପରି ଘଟଣା ଘଟିବାରୁ ସତାରା ପୁଲିସ୍‌ ଏନେଇ ମହିଳା ଡାକ୍ତରଙ୍କ ବିରୋଧରେ ଜିଲ୍ଲା ମେଡିକାଲ କାଉନସିଲ ନିକଟରେ ଅଭିଯୋଗ କରିଥିଲେ। କାଉନସିଲ ପକ୍ଷରୁ ମହିଳା ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। 

ଏହାର ଜବାବ ମହିଳା ଡାକ୍ତର ଜଣଙ୍କ ଲିଖିତ ଭାବେ ଦେଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଜଣେ ସାଂସଦଙ୍କ ପକ୍ଷରୁ ଫୋନ କଲ ତାଙ୍କ ପାଖକୁ ଆସୁଥିଲା। ସାଂସଦ ଜଣଙ୍କ ତାଙ୍କୁ ମିଛ ମେଡିକାଲ ରିପୋର୍ଟ ଦେବାକୁ ଚାପ ପକାଉଥିଲେ। କିନ୍ତୁ ମହିଳା ଡାକ୍ତର ଜଣଙ୍କ ନିଜର ୪ ପୃଷ୍ଠାର ଜବାବରେ ଉକ୍ତ ସାଂସଦଙ୍କ ନାଁ ଉଲ୍ଲେଖ କରିନାହାନ୍ତି।

ମହିଳା ଡାକ୍ତର ଜଣଙ୍କ କହିଥିଲେ ଯେ “ସାଂସଦଙ୍କ ଦୁଇ ଜଣ ସହଯୋଗୀ ଏକଦା ହସ୍ପିଟାଲ ଆସିଥିଲେ ଓ ସେମାନେ ଅତ୍ୟନ୍ତ ଅସଭ୍ୟ ଭାଷାରେ ମୋ ସହ କହିଥିଲେ। ସେମାନେ କହିଥିଲେ ସାଂସଦ ବହୁତ ରାଗିଛନ୍ତି ଓ ତୁରନ୍ତ ଅଭିଯୁକ୍ତଙ୍କୁ ରିଲିଜ କର। ମୁଁ ସେମାନଙ୍କୁ ଆଇନ ଅନୁସାରେ ପଦକ୍ଷେପ ନେବି ବୋଲି କହିବାରୁ ସେମାନେ ମୋତେ ଧମକ ଦେଇଥିଲେ।

ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ମୁଁ ତାଙ୍କୁ ହସ୍ପିଟାଲରେ ଆଡମିଟ କରିଥିଲି। ଅଭିଯୁକ୍ତଙ୍କୁ ଜାଣିଶୁଣି ରିଲିଜ କରି ନଥିବା ନେଇ ମୋ ବିରୋଧରେ ପୁଲିସ୍‌ ଅଫିସର ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ଜଣେ ଏସ୍‌ଆଇ ମୋ ସହ ହସ୍ପିଟାଲ ଭିତରେ ଯୁକ୍ତିତର୍କ କରିବା ସହ ଦୁର୍ବ୍ୟବହାର କରିଥିଲେ।”

ମହିଳା ଡାକ୍ତରଙ୍କ ସମ୍ପର୍କୀୟ କହିଛନ୍ତି, “ତାଙ୍କ ଉପରେ ପୁଲିସ ଓ ରାଜନୀତିକ ଚାପ ରହିଥିଲା। ଭୁଲ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ସେମାନେ କହୁଥିଲେ। ସେ ଏହାର ଅଭିଯୋଗ କରିବାକୁ ଚେଷ୍ଟା କରିଥିଲେ। ମୋ ଭଉଣୀ ନ୍ୟାୟ ପାଇବା ଦରକାର।” 

ମହାରାଷ୍ଟ୍ର(Maharashtra)ର ସତାରାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିଲେ ମହିଳା। ତାଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ଗୋଟିଏ ହୋଟେଲରୁ ଜବତ କରାଯାଇଥିଲା। ସେ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପାପୁଲିରେ ଦୁଇ ପୁଲିସ୍‌ ବାବୁ ତାଙ୍କ ଜୀବନକୁ କେମିତି ନର୍କ କରିଦେଇଥିଲେ, ସେକଥା ଉଲ୍ଲେଖ କରିଛନ୍ତି। 

ପାପୁଲିରେ ଲେଖାଥିବା ସୁଇସାଇଡ ନୋଟରେ ପୀଡ଼ିତା ଜଣଙ୍କ ଏସ୍‌ଆଇ ଗୋପାଲ ବାଦନେଙ୍କ ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ନିୟମିତ ନିର୍ଯାତନା ଯୋଗୁ ସେ ବାଧ୍ୟ ହୋଇ ଜୀବନ ହାରୁଛନ୍ତି। ଘଟଣା ପରେ ବାଦନେଙ୍କୁ ନିଲମ୍ବିନ କରାଯାଇଛି।

ପୀଡ଼ିତା ଜଣଙ୍କ ପାପୁଲରେ ଲେଖିଛନ୍ତି ଯେ “ପୁଲିସ୍‌ ଇନସପେକ୍ଟର ଗୋପାଲ ବାଦନେ ମୋ ମୃତ୍ୟୁ ପାଇଁ ଦାୟୀ। ସେ ମୋତେ ୪ ଥର ଦୁଷ୍କର୍ମ କରିଛନ୍ତି। ସେ ୫ ମାସ ହେଲା ମୋତେ ଦୁଷ୍କର୍ମ କରିବା ସହ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଚାଲିଛନ୍ତି। ପ୍ରଶାନ୍ତ ବାନକର ମଧ୍ୟ ମାନସିକ ନିର୍ଯାତନା ଦେଇ ଚାଲିଥିଲେ।”

ପୀଡ଼ିତାଙ୍କ ଘର ବୀଡ ଜିଲ୍ଲାରେ। ସେ ଫଲଟନ ସବ ଜିଲ୍ଲା ହସ୍ପିଟାଲରେ ଜଣେ ମେଡିକାଲ ଅଫିସର ଭାବେ କାମ କରୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଜୁନ ୧୯ରେ ଫାଲଟନର ସବ ଡିଭିଜନାଲ ଅଫିସର ଡିଏସ୍‌ପିଙ୍କୁ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ମଧ୍ୟ ସେ ପାପୁଲିରେ ଲେଖିଥିବା କଥା ଉଲ୍ଲେ କରିଥିଲେ।

Crime Maharashtra Stop Rape