Advertisment

ନେତାଙ୍କ ଘରୁ ମିଳିଲା ନବଜାତ, ମରି ଯାଇଥିବା କହିଥିଲେ ଡାକ୍ତର

ଜନ୍ମ ହେଉ ହେଉ ମା’ କୋଳରୁ ନବଜାତକୁ ଛଡ଼ାଇ ନେଇନେଲେ। ଛୁଆର ମୃତ୍ୟୁ ହୋଇଛି ବୋଲି ମା’କୁ କହିବାକୁ ପଛାଇଲେ ନାହିଁ।

author-image
Niharika Rout
Infant

Infant

ସାମାନ୍ୟ ଟଙ୍କା ପାଇଁ ଡାକ୍ତର ସାଜିଲେ ଦଲାଲ । ଜନ୍ମ ହେଉ ହେଉ ମା’ କୋଳରୁ ନବଜାତକୁ ଛଡ଼ାଇ ନେଇନେଲେ। ଛୁଆର ମୃତ୍ୟୁ ହୋଇଛି ବୋଲି ମା’କୁ କହିବାକୁ ପଛାଇଲେ ନାହିଁ। ହେଲେ ମା’ର ମନ ବୁଝିଲା ନାହିଁ। ପୁଲିସ୍‌ ଏହି ଘଟଣାର ତନଘନା କରି ସ୍ଥାନୀୟ କାଉନସିଲରଙ୍କ ଘରୁ ନବଜାତକୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣଙ୍କୁ ବାନ୍ଧିଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର ବଳରାମପୁରରେ ଘଟିଛି।

Advertisment

ସ୍ଥାନୀୟ ଅଞ୍ଚଳରେ ଥିବା ମିଶନ ହସ୍ପିଟାଲରେ ଗତ ଅକ୍ଟୋବର ୨୯ ତାରିଖରେ ଜଣେ ମହିଳାଙ୍କର ପ୍ରସବ ହୋଇଥିଲ। ପ୍ରସବ ପରେ ନବଜାତକ ମରି ଯାଇଥିବା ଡାକ୍ତର କହିଥିଲେ। ମାତ୍ର ଜନ୍ମ ହେଉ ହେଉ ଛୁଆ ଆଖି ବୁଜି ସାରିଥିବା କଥା ମାନିବାକୁ ମହିଳାଜଣକ ପ୍ରସ୍ତୁତ ନ ଥିଲେ।

ଏନେଇ ସେ ଗତ ୨୬ ନଭେମ୍ବରରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା। ପୁଲିସ୍‌ ପ୍ରଥମେ ମହିଳାଙ୍କ ପ୍ରସବ କରିଥିବା ଦୁଇ ଡାକ୍ତରଙ୍କୁ ଡାକି ପଚରାଉଚରା କରିଥିଲା। ଏହାପରେ ସବୁ ସତ କଥା ପଦାକୁ ଆସିଥିଲା।

Advertisment

ଟଙ୍କା ଲୋଭରେ ପଡ଼ି ସ୍ଥାନୀୟ କାଉନସିଲରଙ୍କୁ ସେମାନେ ଉକ୍ତ ଶିଶୁକୁ ବିକ୍ରି କରିଥିବା କହିଥିଲେ। ଏହାପରେ ପୁଲିସ୍‌ ତୁରନ୍ତ ଉକ୍ତ କାଉନସିଲରଙ୍କ ଘରେ ଚଢ଼ାଉ କରି ଛୁଆଟିକୁ ଉଦ୍ଧାର କରିଥିଲେ। ସମସ୍ତ ଡାକ୍ତରୀ ପରୀକ୍ଷା ପରେ ପିଲାଟିକୁ ତା’ ମା’କୁ ହସ୍ତାନ୍ତର କରାଯାଇଛି।

ଏହି ଘଟଣାରେ ପୁଲିସ୍‌ ଅପରେସନ କରିଥିବା ଡା. ହାଫିଜୁର ହମାନ ଓ ମିଶନ ହସ୍ପିଟାଲ ସଞ୍ଚାଳକ ଡା. ଅକରମ ଜମାଲଙ୍କୁ ବାନ୍ଧିଛି। ଘଟଣାସ୍ଥଳରୁ କାଉନସିଲର ଫେରାର ହୋଇ ଯାଇଛନ୍ତି। ଏଥିସହ ପୁଲିସ୍ ନର୍ସିଂ ହୋମକୁ ସିଜ କରି ଦେଇଛି ।

Uttar Pradesh Police Infant Arrest