ଟଙ୍କା ନେଇ ଠାକୁରଙ୍କ ହୁଣ୍ଡିକୁ କୂଅରେ ଫିଙ୍ଗିଦେଲେ ଚୋର। ୫ ମାସ ପରେ କୂଅରୁ ମିଳିଲା ହୁଣ୍ଡି। ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ତୁରୁବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମରେ ଏହି ଘଟଣା ଘଟିଛି। ଆଜି ସକାଳେ କୂଅରୁ ହୁଣ୍ଡି ଉଦ୍ଧାର କରାଯାଇଛି।
ଗତ ମାର୍ଚ୍ଚ ୨୧ତାରିଖ ରାତିରେ ତୁମ୍ବେଶ୍ୱର ମନ୍ଦିରରୁ ଚୋରମାନେ ହୁଣ୍ଡି ଚୋରି କରି ନେଇଥିଲେ। ଆଜି ସକାଳେ ବାଘଲଟି କେନାଲର ନୂଆଁଗଡ ଲିମିଗାଁରେ ଥିବା ପରିତ୍ୟକ୍ତ କୂଅରେ ହୁଣ୍ଡି ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ।
Also Read
ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉପସ୍ଥିତରେ କୂଅରୁ ଗ୍ରାମବାସୀ ହାଣ୍ଡି ଉଦ୍ଧାର କରିଥିଲେ। ସେଥିରୁ ଖୁଚୁରା ୧୩ ହଜାର ଟଙ୍କା ସହ ୨ଟି ପିତଳ ନାଗ ଉଦ୍ଧାର ମିଳିଥିବା ଜଣାଯାଇଛି।ଗ୍ରାମବାସୀ ଏହି ହୁଣ୍ଡିକୁ ପୁଲିସ ଜିମାରେ ଦେଇଛନ୍ତି।ହୁଣ୍ଡିରେ ଦୁଇ ଲକ୍ଷ ଟଙ୍କା ରହିଥିବା ବେଳେ କିଛି ଅଳଙ୍କାର ଥିବା ପୂଜକ ପଦ୍ମନାଭ ରଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚୋର ଟଙ୍କା ଓ ଅଳଙ୍କାର ନେଇ ହୁଣ୍ଡି ନେଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।
Crime
ଲୁଟେରାଙ୍କ ଗୁଳିରେ ୨ ମୃତ; ଗୋଡ଼ାଇ ଗୋଡ଼ାଇ ଗାଡ଼ିଆରେ ମାଡ଼ି ବସିଲେ ଲୋକେ
ଲୁଟ୍ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍ ରାୟ ଓ ତାଙ୍କ ସାଥୀ।
Crime
ମାଆ ଚାକିରି ଗଲା ବୋଲି ସର୍କିଟ୍ ହାଉସ୍ରେ ଥିବା ଗାଡ଼ିରେ ନିଆଁ ଲଗାଇଦେଲା ପୁଅ
କେନ୍ଦୁପତ୍ର ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି ସୁଜିତ କୁମାର ବେହେରା। ତାଙ୍କ ମାଆ ସର୍କିଟ୍ ହାଉସ୍ରେ ସୁଇପର ଭାବେ କାମ କରୁଥିଲେ। କିଛି ମାସ ତଳେ କୌଣସି କାରଣରୁ ତାଙ୍କୁ ସର୍କିଟ ହାଉସରୁ ବାହାର କରିଦିଆଯାଇଥିଲା।
Crime
ଲୁଟ୍ ପାଇଁ ପିଛା କରୁଥିଲେ; ଧକ୍କା ଦେବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁଳି କଲେ
ଚୋରମାନେ ଉତ୍କ୍ଷିପ୍ତ ହୋଇ ବାଇକ୍ ଉଠାଇ ପ୍ରଥମେ ନୀଳମାଧବଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ପେଟ ଓ ଅଣ୍ଟାରେ ବାଜିଥିଲେ। ପରେ ଅଳଙ୍କାର ଦୋକାନୀ ସୁନୀଲ୍ ଓ ତାଙ୍କ ସାଥୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା।
Crime
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ, ଶୋ’ ରୁମ୍ ଲୁଟିଲେ
ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧି ଲୁଟ କରିଛନ୍ତି ୩ ମୁଖାପିନ୍ଧା ଦୁର୍ବୃତ୍ତ। ବିଳମ୍ବିତ ରାତିରେ ଏହି ଡକାୟତି ହୋଇଛି।