Advertisment

ଟଙ୍କା ନେଇ କୂଅରେ ଦାନହୁଣ୍ଡି ପକାଇଥିଲେ ଚୋର; ୫ ମାସ ପରେ ମିଳିଲା

ଗତ ମାର୍ଚ୍ଚ ୨୧ତାରିଖ ରାତିରେ ତୁମ୍ବେଶ୍ୱର ମନ୍ଦିରରୁ ଚୋରମାନେ ହୁଣ୍ଡି ଚୋରି କରି ନେଇଥିଲେ।

Donation box

Donation box

Advertisment

ଟଙ୍କା ନେଇ ଠାକୁରଙ୍କ ହୁଣ୍ଡିକୁ କୂଅରେ ଫିଙ୍ଗିଦେଲେ ଚୋର। ୫ ମାସ ପରେ କୂଅରୁ ମିଳିଲା ହୁଣ୍ଡି। ଗଞ୍ଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ତୁରୁବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମରେ ଏହି ଘଟଣା ଘଟିଛି। ଆଜି ସକାଳେ କୂଅରୁ ହୁଣ୍ଡି ଉଦ୍ଧାର କରାଯାଇଛି।

Advertisment

ଗତ ମାର୍ଚ୍ଚ ୨୧ତାରିଖ ରାତିରେ ତୁମ୍ବେଶ୍ୱର ମନ୍ଦିରରୁ ଚୋରମାନେ ହୁଣ୍ଡି ଚୋରି କରି ନେଇଥିଲେ। ଆଜି ସକାଳେ ବାଘଲଟି କେନାଲର ନୂଆଁଗଡ ଲିମିଗାଁରେ ଥିବା ପରିତ୍ୟକ୍ତ କୂଅରେ ହୁଣ୍ଡି ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ।

ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉପସ୍ଥିତରେ କୂଅରୁ ଗ୍ରାମବାସୀ ହାଣ୍ଡି ଉଦ୍ଧାର କରିଥିଲେ। ସେଥିରୁ ଖୁଚୁରା ୧୩ ହଜାର ଟଙ୍କା ସହ ୨ଟି ପିତଳ ନାଗ ଉଦ୍ଧାର ମିଳିଥିବା ଜଣାଯାଇଛି।ଗ୍ରାମବାସୀ ଏହି ହୁଣ୍ଡିକୁ ପୁଲିସ ଜିମାରେ ଦେଇଛନ୍ତି।ହୁଣ୍ଡିରେ ଦୁଇ ଲକ୍ଷ ଟଙ୍କା ରହିଥିବା ବେଳେ କିଛି ଅଳଙ୍କାର ଥିବା ପୂଜକ ପଦ୍ମନାଭ ରଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚୋର ଟଙ୍କା  ଓ ଅଳଙ୍କାର ନେଇ ହୁଣ୍ଡି ନେଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment
Ganjam Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe