Advertisment

କୋରାପୁଟରେ ଡବଲ୍ ମର୍ଡର; ଖଣ୍ଡା ଚୋଟରେ ୨ ମୃତ

ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଏହି ଘଟଣା ଘଟିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

କୋରାପୁଟ ଜିଲ୍ଲା କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଦ୍ୱୟ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି।

Advertisment

ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଗୋବର୍ଦ୍ଧନ କୁନ୍ଦୁଲି ହାଟପଦାରେ ଥିବା ଦୋକାନଙ୍କୁ ଜିନିଷ କିଣିବାକୁ ଯାଇଥିଲେ। ଜିନିଷ କିଣା ନେଇ ଦୋକାନୀ ସହ ଗୋବର୍ଦ୍ଧନଙ୍କର ବଚସା ହୋଇଥିଲା। ଘଟଣାସ୍ଥଳରେ ରାଜକୁମାର ଓ ତାଙ୍କ ବାପା ଉପସ୍ଥିତ ଥିଲେ। ଦୋକାନୀ ଓ ଗୋବର୍ଦ୍ଧନଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା।

ପରେ ଗୋବର୍ଦ୍ଧନଙ୍କୁ ଦୋକାନୀ, ରାଜକୁମାର ଓ ତାଙ୍କ ବାପା ମିଶି ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଗୋବର୍ଦ୍ଧନଙ୍କର ମୃତ୍ୟୁ ଘଟିଥିଲା। ଗୋବର୍ଦ୍ଧନଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜକୁମାରଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ।

Advertisment

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। କୁନ୍ଦୁଲି ହାଟପଦାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଛି।

Odisha Police Koraput