କୋରାପୁଟ ଜିଲ୍ଲା କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକ ଦ୍ୱୟ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି।
ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଗୋବର୍ଦ୍ଧନ କୁନ୍ଦୁଲି ହାଟପଦାରେ ଥିବା ଦୋକାନଙ୍କୁ ଜିନିଷ କିଣିବାକୁ ଯାଇଥିଲେ। ଜିନିଷ କିଣା ନେଇ ଦୋକାନୀ ସହ ଗୋବର୍ଦ୍ଧନଙ୍କର ବଚସା ହୋଇଥିଲା। ଘଟଣାସ୍ଥଳରେ ରାଜକୁମାର ଓ ତାଙ୍କ ବାପା ଉପସ୍ଥିତ ଥିଲେ। ଦୋକାନୀ ଓ ଗୋବର୍ଦ୍ଧନଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା।
ପରେ ଗୋବର୍ଦ୍ଧନଙ୍କୁ ଦୋକାନୀ, ରାଜକୁମାର ଓ ତାଙ୍କ ବାପା ମିଶି ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଗୋବର୍ଦ୍ଧନଙ୍କର ମୃତ୍ୟୁ ଘଟିଥିଲା। ଗୋବର୍ଦ୍ଧନଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାଜକୁମାରଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ।
ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। କୁନ୍ଦୁଲି ହାଟପଦାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୃତୟନ କରାଯାଇଛି।