Advertisment

ରାଜଧାନୀରେ ଫୁଟିଲା ଗୁଳି, ଟଳି ପଡ଼ିଲେ ୨ ଶ୍ରମିକ

ରାଜଧାନୀର ୱେଲକମ୍‌ ଅଞ୍ଚଳରେ ୨ ଦିନ ମଜୁରିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଦ୍ୱୟ ହେଲେ ପ୍ରଦୀପ ଓ ବବଲୁ। ଉଭୟଙ୍କ ବୟସ ୪୦ ବର୍ଷ ।

ଅଦ୍ୟତନ ହୋଇଛି
Firing

Firing

Advertisment

ଦିନକୁ ଦିନ ଅସୁରକ୍ଷିତ ହୋଇ ପଡ଼ୁଛି ରାଜଧାନୀ ଦିଲ୍ଲୀ। କେତେବେଳେ ରାଜଧାନୀ ରାଜରାସ୍ତାକୁ ଲୁଟ୍‌ ହେଉଛି ତ କେତେବଳେ ଗୁଳି ମାରି ହତ୍ୟା କରି ଦିଆଯାଉଛି। ରାଜଧାନୀର ୱେଲକମ୍‌ ଅଞ୍ଚଳରେ ୨ ଦିନ ମଜୁରିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଦ୍ୱୟ ହେଲେ ପ୍ରଦୀପ ଓ ବବଲୁ। ଉଭୟଙ୍କ ବୟସ ୪୦ ବର୍ଷ ।

Advertisment

ଗତକାଲି ବିଳମ୍ବିତ ରାତିରେ ୱେଲକମ୍‌ ଅଞ୍ଚଳରେ ଫାୟାରିଂ ହୋଇଥିବା ନେଇ ପୁଲିସ୍‌ ସୂଚନା ପାଇଥିଲା। ଏହାପରେ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରିଛି। ଉଭୟ ମୃତଦେହ ମଧ୍ୟରେ ଦୂରତା ମାତ୍ର ୩ଶହ ମିଟର ଥିବା ପୁଲିସ୍‌ ସୂଚନା ଦେଇଛି। ଉଭୟ ଶ୍ରମିକ ଥିଲେ ବି ବବଲୁ ସ୍ଥାନୀୟ ଅଞ୍ଚଳରେ ଚୋରି କରୁଥିଲା।

ପୁଲିସ୍‌ ସୂଚନା ଅନୁଯାୟୀ, ପ୍ରଥମେ ପ୍ରଦୀପ ଓ ବବଲୁକୁ ଦୁର୍ବୃତ୍ତମାନେ ଖୁବ୍‌ ପାଖରୁ ଗୁଳି କରି ହତ୍ୟା କରିଛନ୍ତି। ଅପରାଧୀଙ୍କ ସମ୍ପର୍କରେ ସୁରାକ ମିଳି ନ ଥିବା ବେଳେ ପୁଲିସ୍‌ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି। ଏଥିସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Advertisment
Delhi Firing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe