Advertisment

ଦୂର ହେଉନି ଅନ୍ଧବିଶ୍ୱାସ; ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

କପିଳେନ୍ଦ୍ରଙ୍କ ଗୁଣିଗାରେଡି କରନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ।

ଅଦ୍ୟତନ ହୋଇଛି
murder

murder

Advertisment

ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖୁଛି ମଣିଷ। ହେଲେ ଅନ୍ଧବିଶ୍ୱାସର ଅନ୍ଧାରୀଗଳିରୁ ବାହାରିପାରୁନି। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଛି। ଅବିଦ୍ୟା ଓ କୁସଂସ୍କାରର ଜାଲ ଭିତରେ ଛନ୍ଦି ହୋଇ ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। ଏପରି ସମାନ ଘଟଣା ଘଟିଛି ଗଜପତି ଜିଲ୍ଲାରେ।

Advertisment

ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ ଘୋଡ଼ାପଙ୍କା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ଦମ୍ପତି ହେଲେ କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକ ।

ଗତକାଲି ସନ୍ଧ୍ୟା ସମୟରେ କପିଳେନ୍ଦ୍ର ଘରେ ଥିଲେ। ଏହି ସମୟରେ ଗାଁର କିଛି ଯୁବକ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହି ସମୟରେ କପିଳେନ୍ଦ୍ରଙ୍କ ସ୍ତ୍ରୀ ଘରେ ନଥିଲେ। ନିଜ ଗାଁ ନିକଟରେ ଥିବା ଅନ୍ୟ ସାହିକୁ ଯାଇଥିଲେ। ସ୍ୱାମୀଙ୍କ କଥା ଶୁଣି ନିଜ ଘରକୁ ଦୌଡ଼ି ଆସିଥିଲେ। ହେଲେ ଗାଁର ଯୁବକ ଏତେ ହିଂସ୍ର ହୋଇଯାଇଥିଲେ ତାଙ୍କୁ ମଧ୍ୟ ଛାଡ଼ି ନଥିଲେ। ତାଙ୍କୁ ବାଟରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ।

Advertisment

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାରେ ଗାଁର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଛି।

ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଣିଗାରେଡି ସନ୍ଦେହରେ ତାଙ୍କ ଉପରକୁ ଗୁଣିମାଡ଼ ହୋଇଥିବା ଜଣାପଡ଼ିଥିଲା। କପିଳେନ୍ଦ୍ରଙ୍କ ଗୁଣିଗାରେଡି କରନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଥିଲେ।

Murder Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe