Advertisment

ସଂସାର ଉଜାଡ଼ି ଦେଲା ଯୌତୁକ ଲୋଭ

ଶାଶୁ ଘର ଲୋକେ ନମିତାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋଡ଼ି ଦେଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

Marriage

Marriage

Advertisment

ଜଣେ ମହିଳାଙ୍କୁ ତାର ଶାଶୁ ଘର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବୁରଡ଼ା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ନମିତା ବଣିଆ। ଏହି ଘଟଣା ଆଧାରରେ ସ୍ୱାମୀ ସୁଦାମ ବଣିଆ, ଶାଶୁ ଓ ଶଶୁରଙ୍କୁ ଅଟକ ରଖି ପଚାରଉଚରା କରୁଛି।

Advertisment

ଗତକାଲି ନମିତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଶ୍ୱଶୁର ଘର ଲୋକେ ନମିତାଙ୍କ ମୃତ୍ୟୁ ସଂପର୍କରେ ବାପ ଘର ଲୋକଙ୍କୁ କହିଥିଲେ। ଝିଅର ମୃତ୍ୟୁ ଖବର ଶୁଣି ବାପ ଘର ଲୋକ ବ୍ୟସ୍ତ ହୋଇଯାଇଥିଲେ। ତୁରନ୍ତ ଝିଅର ଶ୍ୱଶୁର ଘରେ ପହଞ୍ଚି ଥିଲେ। ହେଲେ ବାପ ଘର ଲୋକେ ପହଞ୍ଚିବା ପୂର୍ବରୁ ନମିତାଙ୍କ ମୃତଦେହ ଶାଶୁ ଘର ଲୋକେ ପୋଡ଼ି ଦେଇଥିଲେ।

ଶାଶୁ ଘର ଲୋକେ ନମିତାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ପୋଡ଼ି ଦେଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଶାଶୁ ଘର ଲୋକେ ଯୌତୁକ ପାଇଁ ନମିତାକୁ ନିର୍ଯାତନା ଦେଉଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ ମାରି ଦେଇଥିବା କହିଛନ୍ତି। ଏହି ଘଟଣାରେ ଲୋଇସିଂହା ପୁଲିସ ମାମଲା ରୁଜୁ କରି ସ୍ୱାମୀ ସୁଦାମ ବଣିଆ, ଶାଶୁ ଓ ଶଶୁରଙ୍କୁ ଅଟକ ରଖି ପଚାରଉଚରା କରୁଛି।

Advertisment

ଅନ୍ୟପକ୍ଷରେ ନମିତା ସ୍ୱାମୀ କହିଛନ୍ତି, ଘର ନିକଟସ୍ଥ ଟ୍ରେନ ଲାଇନକୁ ଯାଇ ନମିତା ଆତ୍ମହତ୍ୟା କରିଥିଲେ। ପରେ ମୃତଦେହକୁ ଆJ ପୋଡ଼ି ଦିଆଯାଇଥିଲା। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରହିବା ବୋଲି କହିଛନ୍ତି ବଲାଙ୍ଗିର ଏସଡ଼ିପିଓ।

Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe