Advertisment

‘ରାମ’ଙ୍କ ରୋଡ୍‌ ଶୋ’ରେ ମାତିଲେ ଚୋର, ଜୟ ଶ୍ରୀରାମ କହୁଥିବା ଲୋକଙ୍କୁ ଲୁଟିଲେ

ଭିଡ଼ ଭିତରେ ହାତ ଟେକି ସମସ୍ତେ ଜୟ ଶ୍ରୀରାମ ନାରା ଦେଉଥିଲେ। କିନ୍ତୁ ଭିଡ଼ ଭିତରେ ଜୟ ଶ୍ରୀରାମ କହିବା ବେଳେ ସର୍ବସ୍ୱ ହରାଇଛନ୍ତି କିଛି ଲୋକ।

BJP

BJP

Advertisment

ରୋଡ ଶୋ’ କରୁଥିଲେ ବିଜେପିର ଲୋକସଭା ପ୍ରାର୍ଥୀ ତଥା ଟିଭି ପରଦାର ରାମ। ସାଙ୍ଗରେ ଥିଲେ ଲକ୍ଷ୍ମଣ ଓ ସୀତା। ଏହି ୩ ଜଣଙ୍କୁ ଦେଖିବା ପାଇଁ ଜମିଥିଲା ପ୍ରବଳ ଭିଡ଼।

Advertisment

ଭିଡ଼ ଭିତରେ ହାତ ଟେକି ସମସ୍ତେ ଜୟ ଶ୍ରୀରାମ ନାରା ଦେଉଥିଲେ। କିନ୍ତୁ ଭିଡ଼ ଭିତରେ ଜୟ ଶ୍ରୀରାମ କହିବା ବେଳେ ସର୍ବସ୍ୱ ହରାଇଛନ୍ତି କିଛି ଲୋକ। ବିଜେପି ରୋଡ୍‌ ଶୋ’ ବେଳେ ହୋଇଥିବା ଭିଡ଼ର ଫାଇଦା ଉଠାଇ ଚୋରମାନେ କରିଛନ୍ତି ଲୁଟ।

ହାତ ଟେକି ଲୋକମାନେ ଜୟ ଶ୍ରୀରାମ କରୁଥିବା ବେଳେ ଚୋରମାନେ ସେମାନଙ୍କ ପର୍ସ ଓ ମୋବାଇଲ ନେଇ ଯାଇଛନ୍ତି। ଉତ୍ତର ପ୍ରଦେଶର ମୀରଟରେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ୍‌ଙ୍କ ରୋଡ ଶୋ’ ବେଳେ ଏପରି ଘଟଣା ଘଟିଛି।

Advertisment

ରୋଡ ଶୋ’ ବେଳେ ଲୁଟର ଶିକାର ହୋଇଥିବା ଅନେକ ଲୋକଙ୍କୁ ମଧ୍ୟରୁ ଜଣେ ହେଲେ ସ୍ଥାନୀୟ ବ୍ୟବସାୟୀ କୁଳଭୂଷଣ। ଟିଭି ପରାଦର ରାମ, ଲକ୍ଷ୍ମଣ ଓ ସୀତା ତାଙ୍କ ଦୋକାନ ଅତିକ୍ରମ କରୁଥିବା ବେଳେ ସେ ବେଶ ଉତ୍ସାହିତ ହୋଇ ଉଠିଥିଲେ।

ସେ ହାତ ଟେକି ଜୟ ଶ୍ରୀରାମ ନାରା ଦେଇଥିଲେ। ଏତିକି ବେଳେ ତାଙ୍କ ପକେଟରୁ କେହି ୩୬ ହଜାର ଟଙ୍କା ଓ ମୋବାଇଲ ଚୋରି କରି ନେଇଥିବା ସେ ଅଭିଯୋଗ କରିଛନ୍ତି।

ବିଜେପିର ମୀରଟ ଲୋକସଭା ପ୍ରାର୍ଥୀ ହେଉଛନ୍ତି ଅରୁଣ। ସେ ଟିଭି ସିରିଏଲ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଥିଲେ। ତାଙ୍କ ସହ ସେହି ଶୋ’ରେ ମା’ ସୀତାଙ୍କ ଭୂମିକାରେ ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ସୁନୀଲ ଲହରୀ ରହିଥିଲେ। ଏହି ୩ ଜଣ ଯାକ ମିଳିତ ଭାବେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସୋମବାର ମୀରଟରେ ରୋଡ ଶୋ’ କରିଥିଲେ।

ରୋଡ ଶୋ’ରେ ପ୍ରବଳ ଭିଡ଼ ହୋଇଥିଲା। ଏହାର ଫାଇଦା ଉଠାଇ ଚୋରମାନେ ଅନେକ ସାଧାରଣ ଲୋକ, ସାମ୍ବାଦିକ ଓ ଜଣେ ବିଜେପି ନେତାଙ୍କ ପକେଟ ମାର କରିଛନ୍ତି। ସେମାନେ ଚୋରି ସମ୍ପର୍କରେ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଛନ୍ତି।

ପକେଟମାରର ଶିକାର ହୋଇଥିବା କୁଳଭୂଷଣ କହିଛନ୍ତି, “ମୁଁ ଦୋକାନରେ ବସିଥିଲି। ମୁଁ ଅରୁଣ ଗୋଭିଲଙ୍କ କନଭୟ ଦେଖିବା ମାତ୍ରେ ରାସ୍ତାକୁ ଚାଲି ଯାଇଥିଲି। ମୁଁ ହାତ ଟେକି ଜୟ ଶ୍ରୀରାମ ନାରା ଦେଇଥିଲି। ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା। ମୁଁ ସେଠାରୁ ଆସିବା ପରେ ମୋ ପକେଟକୁ ଦେଖିଲା ବେଳକୁ ଟଙ୍କା ନଥିଲା। ମୁଁ ସେଠାରେ ହିଁ ଅଚେତ ହୋଇ ଯାଇଥିଲି। ମୋର ୩୬ ହଜାର ଟଙ୍କା ଚୋରି ହୋଇ ଯାଇଛି।”

ବିଜେପିର ୱେଷ୍ଟର୍ଣ୍ଣ ରିଜନର ସଂଯଯୋଗ ଅଲୋକ ସିସୋଦିଆଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଛି। ପୁଲିସ୍‌ ଏପରି ଅନେକ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା।

ତୁରନ୍ତ ଦିଲ୍ଲୀର ୩ ଜଣ ଯୁବକଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ କିଛି ଚୋରି ମୋବାଇଲ ଜବତ ହୋଇଛି। ଦିଲ୍ଲୀ ନମ୍ବର ପ୍ଲେଟ ଥିବା କାରକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଆସନ୍ତା ଏପ୍ରିଲ ୨୬ରେ ମୀରଟ ଲୋକସଭା ଆସନରେ ଭୋଟ ହେବ।

Bjp Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe