Advertisment

ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ

ଢେଙ୍କାନାଳର ବିଭିନ୍ନ ଥାନାରେ ସୁବାସ ନାଁରେ ୨ଟି ହତ୍ୟା ସହ ୧୮ଟି ମାମଲା ରହିଛି।

ଅଦ୍ୟତନ ହୋଇଛି
Encounter

Encounter

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୁଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ସୁବାସକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୁବାସ ଖୁଣ୍ଟାପଶି -ଗୁଣ୍ଡିଚାନାଳୀ ଜଙ୍ଗରରେ ଥିବା କାମାକ୍ଷାନଗର ପୁଲିସ ଖବର ପାଇଥିଲା। ଆଜି ଭୋର ପ୍ରାୟ ୪ ଟାରେ ପୁଲିସ ଚଢ଼ାଉ କରିଥିଲା। ସୁବାସ ଓ ତାର ସହଯୋଗୀ ପୁଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ସୁବାସ ଉପରେ ପାଲଟା ଗୁଳି ଚଳାଇଥିଲା। ସୁଶାନ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ହେଲେ ସୁବାସର ସହଯୋଗୀ ପୁଲିସକୁ ଚକମା ଦେଇ ଖସି ଯାଇଥିଲା। ପୁଲିସ ସୁବାସକୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି।

ଢେଙ୍କାନାଳର ବିଭିନ୍ନ ଥାନାରେ ସୁବାସ ନାଁରେ ୨ଟି ହତ୍ୟା ସହ ୧୮ଟି ମାମଲା ରହିଛି। ସୁବାସଙ୍କ ଠାରୁ ପୁଲିସ ଗୋଟିଏ ବନ୍ଧୁକ ଜବତ କରିଛି। ସୁବାସ ଅନେକ ଦାଦାବଟି କେସରେ ସମ୍ପୃକ୍ତ ଥିବା ଜଣାଯାଇଛି।

Advertisment
Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe