Advertisment

ପୁଲିସ ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ଆହତ

ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ୫୪ଟି ମାମଲା ରହିଛି।

Encounter

Encounter

Advertisment

ସୁବର୍ଣ୍ଣପୁର ଜିଲ୍ଲାର ନିଶ୍ଚିତ କୋଇଲି ପୁଲିସର ଏନକାଉଣ୍ଟରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁ (ଲିପୁ) ଆହତ ହୋଇଛି। ତାହାର ବାମ ଜଙ୍ଘରେ ଗୋଡ଼ରେ ଗୁଳି ବାଜିଛି। 

Advertisment

ସୁଶାନ୍ତ ଓ ତାର ସହଯୋଗୀ ଅସୁରେଶ୍ୱର ଖେଳ ପଡ଼ିଆ ପାଖରେ ଆସୁଥିବା ଗତକାଲି ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲା। ପରେ ପୁଲିସ ଟିମ୍ ସୁଶାନ୍ତଙ୍କୁ ଧରିବାକୁ ସେହି ସ୍ଥାନରେ ଛକି ରହିଥିଲା। ପୁଲିସକୁ ଦେଖି ସୁଶାନ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ସୁଶାନ୍ତଙ୍କ ଉପରେ ପାଲଟା ଗୁଳି ଚଳାଇଥିଲା। ସୁଶାନ୍ତର ବାମ ଜଙ୍ଘରେ ଗୁଳି ବାଜିଥିଲା। ହେଲେ ସୁଶାନ୍ତଙ୍କ ସହଯୋଗୀ ପୁଲିସକୁ ଚକମା ଦେଇ ଖସି ଯାଇଥିଲା। ପୁଲିସ ସୁଶାନ୍ତକୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି।

ସୁଶାନ୍ତ ନାଁରେ ବିଭିନ୍ନ ଥାନାରେ ୫୪ଟି ମାମଲା ରହିଛି। ଦୀର୍ଘ ଦିନ ହେବ ସୁଶାନ୍ତ ପୁଲିସର ମୁଣ୍ଡ ବିନ୍ଧିବାର କାରଣ ପାଲଟିଥିଲା।

Advertisment
Police Encounter Sonepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe