Advertisment

ଡ୍ରିମ୍‌ -୧୧ରେ ଖେଳି ଦେଢ କୋଟି ଜିତିଲେ ପୁଲିସ୍‌ ଅଧିକାରୀ, ତଦନ୍ତ ନିର୍ଦ୍ଦେଶ

ଖାକି ବର୍ଦ୍ଦିରେ ଖେଳିଲେ ଅନଲାଇନ୍‌ ଗେମିଂ। ଆଉ ଖେଳୁ ଖେଳୁ ଖୋଲିଗଲା ଭାଗ୍ୟ, ଜିତିଗଲେ ଦେଢକୋଟି।

author-image
Niharika Rout
Police

Police

ଖାକି ବର୍ଦ୍ଦିରେ ଖେଳିଲେ ଅନଲାଇନ୍‌ ଗେମିଂ। ଆଉ ଖେଳୁ ଖେଳୁ ଖୋଲିଗଲା ଭାଗ୍ୟ, ଜିତିଗଲେ ଦେଢକୋଟି। ହଠାତ୍‌ କୋଟିପତି ପାଲଟିଯିବାରୁ ନିଜ ଖୁସି ବନ୍ଧବାଡ଼ ନ ମାନି ନ ଥିଲା। ଆଉ ନିଜ ଖୁସିକୁ ଗଣମାଧ୍ୟମ ସମ୍ମୁଖରେ କହିଦେଲେ ଅଧିକାରୀଜଣକ । ହେଲେ ଏହାପରେ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କଥା ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିଥିବା ବେଳେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏପରି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି। ସମ୍ପୃକ୍ତ ସବ୍‌-ଇନ୍ସପେକ୍ଟରଜଣକ ହେଲେ ସୋମନାଥ ଝଣ୍ଡେ।

Advertisment

ମହାରାଷ୍ଟ୍ର ପୁଲିସ୍‌ କମିଶନ କାର୍ଯ୍ୟାଳୟରେ ନିୟୋଜିତ ସବ୍‌- ଇନ୍ସପେକ୍ଟର ସୋମନାଥ ଝଣ୍ଡେ ଡ୍ରିମ୍‌ ଇଲେଭନ(dream 11 ) ଆପ୍‌ରେ ନିଜ ଟିମ୍‌ ତିଆରି କରିଥିଲେ। ଭାଗ୍ୟକୁ ତାଙ୍କ ଟିମ୍‌ ରାଙ୍କ୍‌-୧ରେ ରହିଯିବାରୁ ସେ ଦେଢ କୋଟି ଟଙ୍କା ଜିତିଲେ।

ଏନେଇ ସୋମନାଥ ଗଣମାଧ୍ୟମରେ କହିବାରୁ କଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶଙ୍କ ନିକଟରେ ପହଞ୍ଚିଛି। ଏହାର ବିଭାଗୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଅଧିକାରୀ ଡ୍ୟୁଟିରେ ଥିବା ବେଳେ ଅନ୍‌ଲାଇନ୍‌ ଗେମିଂ ଖେଳିବା କେତେ ଯୁକ୍ତିଯୁକ୍ତ ତାହାର ତଦନ୍ତ ଆରମ୍ଭ ହୋଇଛି।

Advertisment

ଏହି ଘଟଣାରେ ସମ୍ପୃକ୍ତ ସବ୍‌ ଇନ୍ସପେକ୍ଟର ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

ଏନେଇ ଭାଜପାର ସ୍ଥାନୀୟ ନେତା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିଶଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସବ୍‌ ଇନ୍ସପେକ୍ଟର ଜଣକ ବର୍ଦ୍ଦିରେ ଥିବା ବେଳେ ଅନ୍‌ଲାଇନ୍‌ ଗେମିଂ ଖେଳିବା ସହ ଏଥିପ୍ରତି ଯୁବବର୍ଗଙ୍କୁ ଆକୃଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି।

Mumbai Mumbai Police