deceased Officer's File Photo
କର୍ଣ୍ଣାଟକର ଜଣେ ମହିଳା ସରକାରୀ ଅଫିସରଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଗିରଫ। ଆଜି ରାଜ୍ୟ ପୁଲିସ ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଅନୁମାନ କରାଯାଉଛି।
ସୂତ୍ରରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଗିରଫ ହୋଇଥିବା ଡ୍ରାଇଭର କିରଣ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ଭାବେ ଗତ ପାଞ୍ଚ ବର୍ଷ ହେବ କାମ କରି ଆସୁଥିଲେ। କିନ୍ତୁ ମୃତ ମହିଳା ଅଫିସର କିଛି ଦିନ ହେବ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ। ଏହି କାରଣରୁ ଡ୍ରାଇଭର ଜଣକ ତାଙ୍କୁ ହତ୍ୟା କରିଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।
ମୃତ ମହିଳା ହେଉଛନ୍ତି ଭୂତତ୍ତ୍ୱ ବିଜ୍ଞାନୀ ପ୍ରତିମା କେଏସ(45)। ସେ କର୍ଣ୍ଣାଟକ ଖଣି ଏବଂ ଭୂବିଜ୍ଞାନ ବିଭାଗରେ କାର୍ଯ୍ୟ କରୁଥିଲେ। ଗତକାଲି ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ତାଙ୍କ ମୃତଦହେ ଉଦ୍ଧାର ହୋଇଥିଲା। କେହି ଦୁର୍ବୃତ୍ତ ଘରେ ପଶି ଗଳା କାଟି ପ୍ରତିମାଙ୍କ ହତ୍ୟା କରିଥିଲେ। ପ୍ରତିମାଙ୍କ ହତ୍ୟା ସମୟରେ ସ୍ୱାମୀ ଏବଂ ପୁଅ ଘରେ ନଥିଲେ। ସେମାନେ ପୈତୃକ ଘରକୁ ଯାଇଥିଲେ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଶନିବାର ସନ୍ଧ୍ୟା ପ୍ରାୟ 6ଟା ପର୍ଯ୍ୟନ୍ତ ଅଫିସରେ ଥିଲେ। ପରେ କିରଣଙ୍କ ବଦଳରେ ନିଯୁକ୍ତ ହୋଇଥିବା ଡ୍ରାଇଭର ତାଙ୍କୁ ତାଙ୍କ ଘରେ ଛାଡିଥିଲେ। ଏହି ସମୟରେ ରାତି ପ୍ରାୟ ପ୍ରାୟ 8ଟା ଥିଲା। ପ୍ରତିମାଙ୍କ ଭାଇ ତାଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ କଲ୍ ରିସିଭ୍ କରିନଥିଲେ। ସକାଳେ ଘରେ ପହଞ୍ଚି ଦେଖନ୍ତେ ତ, ଭଉଣୀଙ୍କ ମୃତଦେହ ତଳେ ପଡିଛି। ଏନେଇ ସେ ପୁଲିସକୁ ଖବର ଦେଇଥିଲେ।
ମାମଲାରେ ପୂର୍ବ ଡ୍ରାଇଭର ଗିରଫ ହୋଇଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ତଦନ୍ତ କରୁଛି ପୁଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us