Advertisment

ରାସ୍ତାରେ ନ ଯାଇ ଫୁଟ୍‌ ଓଭରବ୍ରିଜରେ ଅଟୋ ଗଡ଼ାଇଲେ ଯୁବକ; ବନ୍ଧା ହେଲେ

ସାଧାରଣ ପଥଚାରୀ ରାସ୍ତା ପାର୍‌ କରିବା ପାଇଁ ନିର୍ମିତ ଫୁଟ୍‌ ଓଭରବ୍ରିଜରେ ଗଡ଼ିଲା ଅଟୋ । ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ବନ୍ଧା ହୋଇଛନ୍ତି ସମ୍ପୃକ୍ତ ଡ୍ରାଇଭର ଓ ତାଙ୍କ ସହଯୋଗୀ।

author-image
Niharika Rout
ଅଦ୍ୟତନ ହୋଇଛି
Auto

Auto

ଦିଲ୍ଲୀର ଟ୍ରାଫିକ ଟେନସନ୍‌ରୁ ମୁକୁଳିବାକୁ ଜଣେ ଅଟୋ ଚାଳକ ଆପଣାଇଲେ ସଟକର୍ଟ ଆଇଡିଆ। ଭିଡ଼ରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ଯିବା ଅପେକ୍ଷା ସେ ଏଥିପାଇଁ ବାଛିଥିଲେ ଫୁଟ୍‌ ଓଭରବ୍ରିଜ । ଅର୍ଥାତ ସାଧାରଣ ପଥଚାରୀ ରାସ୍ତା ପାର୍‌ କରିବା ପାଇଁ ନିର୍ମିତ ଫୁଟ୍‌ ଓଭରବ୍ରିଜରେ ଗଡ଼ିଲା ଅଟୋ । ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ବନ୍ଧା ହୋଇଛନ୍ତି ସମ୍ପୃକ୍ତ ଡ୍ରାଇଭର ଓ ତାଙ୍କ ସହଯୋଗୀ।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଅଟୋ ଚାଳକ ଜୋରଜବରଦସ୍ତି ଫୁଟ୍‌ ଓଭରବ୍ରିଜରେ ନିଜ ଅଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏଥିରେ ତାଙ୍କୁ ଜଣେ ଯୁବକ ସାହାଯ୍ୟ କରୁଥିବା ବେଳେ ସେ ପଛରୁ ଅଟୋକୁ ଠେଲିବାରେ ଲାଗିଛନ୍ତି। ଏହାପରେ ଉଭୟ ଫୁଟ୍‌ ଓଭରବ୍ରିଜରେ ଅଟୋ ନେଇ ପାର୍‌ ହୋଇ ଗଲେ।

ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଉକ୍ତ ଯୁବକଙ୍କ ସନ୍ଧାନ ଆରମ୍ଭ କରିଥିଲା । ଏହାପରେ ଛାନଭିନ କରି ପୁଲିସ୍‌ ସଙ୍ଗମ ବିହାର ଅଞ୍ଚଳରେ ରହୁଥିବା ଡ୍ରାଇଭର ୨୫ ବର୍ଷୀୟ ମୁନ୍ନାଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଅଟୋକୁ ଜବତ କରିଛି। ଏଥିସହ ପୁଲିସ୍ ମୁନ୍ନାଙ୍କ ଅଟୋକୁ ଠେଲିବାରେ ସହଯୋଗ କରିଥିବା ଯୁବକଙ୍କୁ ବି ଘରୁ ଉଠାଇ ନେଇଛି।

Advertisment

କିଛି ଦିନ ପୂର୍ବେ ଏପରି ଏକ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଥିଲା। ଟ୍ରେନ୍‌ ଧରିବାକୁ ଚାହୁଁଥିବା ମନ୍ତ୍ରୀ ଧରମପାଲ ସିଂ କାର୍‌ ଯୋଗେ ପ୍ଲାଟଫର୍ମ ନିକଟରେ ପହଞ୍ଚିଗଲେ। ଏହି ଘଟଣାକୁ ନେଇ ହଟଚମଟ ସୃଷ୍ଟି ହେବାରୁ ତାଙ୍କ ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିଲେ। ଏହାପରେ ଜାମିନରେ ସେ ମୁକୁଳିଥିବା ଜଣାଯାଇଛି।

Delhi Arrest