Advertisment

ଡ୍ରାଇଭରକୁ ଚାକିରିରୁ ବାହାର କରିବା ମହଙ୍ଗା ପଡ଼ିଲା; ଜାଳିଦେଲା କାର୍‌, ବାଇକ୍‌

ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଗିରଫ ହୋଇ ନ ଥିବା ଜଣାଯାଇଛି।

author-image
Niharika Rout
Accused &  Burnt Car

Accused & Burnt Car

ମହଙ୍ଗା ପଡିଲା ନିଶାସକ୍ତ ଡ୍ରାଇଭରକୁ ଚାକିରିରୁ ବାହାର କରିବା। ପ୍ରତିଶୋଧ ପରାୟଣ ହୋଇ ଡ୍ରାଇଭର ଘଟାଇଲା ଉନ୍ମତ କାଣ୍ଡ । ରାତି ଅଧରେ ମାଲିକ ଘରେ ପଶି ଘଟାଇଲେ ନାରକୀୟ କାଣ୍ଡ। ବିସ୍ଫୋରଣ ଘଟାଇ ମାଲିକଙ୍କ କାର ଏବଂ ବାଇକ୍ ଜାଲିଦେଲା ଡ୍ରାଇଭର।

Advertisment

ରାଜଧାନୀ ଖଣ୍ଡଗିରିରେ ଗତ ୧୯ ତାରିଖ ରାତିରେ ଘଟିଛି ଏପରି ଅଭାବନୀୟ କାଣ୍ଡ। ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି। ଖଣ୍ଡଗିରି କ୍ରିଷ୍ଣା ଗାର୍ଡେନ ଫେଜ୍ -୨ ରେ ରହୁଥିବା ଜ୍ୟୋସ୍ନା ମହାନ୍ତି ଓ ଅଜିତ କୁମାର ନାୟକଙ୍କ ଘରେ ଏଭଳି କାଣ୍ଡ ଘଟାଇଛି ଅଭିଯୁକ୍ତ ଡ୍ରାଇଭୀର।

ଏନେଇ ଅଭିଯୋଗକାରୀ ଅଜିତ କୁମାର ନାୟକ କହିଛନ୍ତି, ଆମ କାର୍‌ ପୁରୁଣା ଥିବାରୁ ସେଥିରେ ବାରମ୍ବାର ଯାନ୍ତ୍ରୀକ ତ୍ରୁଟି ଦେଖାଯାଉଥିଲା। ଏଥିସହ ଡ୍ରାଇଭର ବି ସବୁବେଳେ ନିଶାସକ୍ତ ରହୁଥିଲା। ତେଣୁ ଗତ ମେ’ ମାସରେ ତାକୁ ନୂଆ ଚାକିରି ଦେଖିବାକୁ କହି ବାହାର କରିଥିଲୁ। ଏହାପରେ ଅକ୍ଟୋବରରେ ଗାଡ଼ିକୁ ସଜାଡ଼ି ପୁଣି ଥରେ ଚଳାଇଥିଲୁ। ଏଥିପାଇଁ ଆଉ ଜଣେ ଡ୍ରାଇଭର ରଖିଲୁ। ଏହାଦେଖି ପୁରୁଣା ଡ୍ରାଇଭରଜଣକ କ୍ରୋଧାନ୍ୱିତ ହୋଇ ପଡ଼ିଥିଲା।

Advertisment

ଏହାପରେ ୧୯ ତାରିଖ ରାତି ସାଢେ ୩ଟାରେ ସେ ଗେଟ୍‌ ଭିତରେ ପଶିଥିଲା। ଏହାପରେ କିଛି ବିସ୍ଫୋରକ ସାମଗ୍ରୀ ଲଗାଇ କାର୍‌କୁ ଜଳାଇ ଦେଇଥିଲା। ନିଆଁ ସଙ୍ଗେସଙ୍ଗେ ଚାରି ଆଡ଼କୁ ବ୍ୟାପି ଯିବାରୁ ପାଖରେ ଥିବା ବାଇକ୍‌ଟି ବି ଜଳି ଯାଇଥିଲା। ଏହି ବିସ୍ଫୋରଣରେ କାର୍‌ ଓ ବାଇକ୍‌ ଜଳିପୋଡ଼ି ଛାରଖାର ହୋଇ ଯାଇଥିବା ବେଳେ କାର୍‌ ରହିଥିବା ଜାଗାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି।

ବିସ୍ଫୋରଣ ଶବ୍ଦ ଶୁଣି ଘର ମାଲିକ ଉଠିଯାଇଥିବା ବେଳେ ନିଆଁ ହୁତୁହୁତୁ ହୋଇ ଜଳୁଥିବାରୁ ଆଉ ବାହାରି ପାରି ନ ଥିଲେ। ଏହାପରେ ସାହିପଡ଼ିଶା ପାଣି ପକାଇ ନିଆଁକୁ ଆୟତ୍ତ କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ।

ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଗିରଫ ହୋଇ ନ ଥିବା ଜଣାଯାଇଛି।

Bhubaneswar Fire Mishap