Advertisment

ଯାହାକୁ ରଖିବେ ଅନନ୍ତ; ମହାନଦୀକୁ ଡେଇଁ ପଡ଼ିଥିବା ଯୁବକ ସୁରକ୍ଷିତ ଉଦ୍ଧାର

ନିଜ ସାଙ୍ଗ ସହ ଗଣ୍ଡଗୋଳ ପରେ ଭୟଭୀତ ହୋଇ ପଡ଼ିଥିଲେ ଜାହାଙ୍ଗୀର। ଏପରିକି ସାଙ୍ଗର ପରିବାର ଲୋକେ ଖୋଜାଖୋଜି କରୁଥିବାରୁ ସେ ବାଇକ୍‌ ଧରି ବାଙ୍କୀ ଚାଲି ଆସିଥିଲେ।

Rescue

Rescue

Advertisment

ଯାହାକୁ ରଖିବେ ଅନନ୍ତ, କି ମାରିପାରେ ବଳବନ୍ତ । ଏପରି ଏକ ଘଟଣା କଟକ ଜିଲ୍ଲାର ବାଙ୍କୀ ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରେ ଘଟିଛି। ଆତ୍ମହତ୍ୟା କରିବାକୁ ଜଣେ ଯୁବକ ଭୁବନେଶ୍ୱରରୁ ଜାତମୁଣ୍ଡିଆ ବ୍ରିଜ ଉପରକୁ ଯାଇଥିଲେ। ସେଠାରୁ ସେ ମହାନଦୀକୁ ଡେଇଁ ବି ପଡ଼ିଥିଲେ।

Advertisment

ମାତ୍ର ଅକ୍ଷତ ଅବସ୍ଥାରେ ତାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ଫଳରେ ଯୁବକଜଣକ ପୁର୍ନଜନ୍ମ ପାଇଥିବା ସମସ୍ତେ କହିଛନ୍ତି। ଉଦ୍ଧାର ପାଇଥିବା ଯୁବକଜଣକ ହେଉଛନ୍ତି ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳର ଶେଖ ଜାହାଙ୍ଗୀର ।

ନିଜ ସାଙ୍ଗ ସହ ଗଣ୍ଡଗୋଳ ପରେ ଭୟଭୀତ ହୋଇ ପଡ଼ିଥିଲେ ଜାହାଙ୍ଗୀର। ଏପରିକି ସାଙ୍ଗର ପରିବାର ଲୋକେ ଖୋଜାଖୋଜି କରୁଥିବାରୁ ସେ ବାଇକ୍‌ ଧରି ବାଙ୍କୀ ଚାଲି ଆସିଥିଲେ। ଇତି ମଧ୍ୟରେ ଅତ୍ୟଧିକ ଭୟଭୀତ ହୋଇ ଯାଇଥିବାରୁ ସେ ମାନସିକ ରୂପେ ଭାଙ୍ଗି ପଡ଼ିଥିଲେ। ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ବାଙ୍କୀ- ସୁବର୍ଣ୍ଣପୁର ଜାତମୁଣ୍ଡିଆ ବ୍ରିଜ ଉପରେ ନିଜ ବାଇକ୍‌ ରଖିଥିଲେ। ଏହାପରେ ଆଖି ପିଛୁଳାକେ ମହାନଦୀକୁ ଡେଇଁ ପଡ଼ିଥିଲେ।

Advertisment

ମାତ୍ର ନଦୀରେ ଏବେ ପାଣି କମ୍‌ ଥିବାରୁ ତାଙ୍କ ମୁଣ୍ଡ ବାଲିରେ ମାଡ଼ ହୋଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଡମପଡା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ର କର୍ମଚାରୀମାନେ ଓ ସୁବର୍ଣ୍ଣପୁର ଫାଣ୍ଡି ପୁଲିସ୍ ପହଞ୍ଚି ଯୁବକକୁ ଉଦ୍ଧାର କରିଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାଯାଇଛି।

ନିଜର ଏପରି ପଦକ୍ଷେପ ପାଇଁ ଯୁବକଜଣକ ପଶ୍ଚାତାପ କରୁଥିବା ବେଳେ ଭବିଷ୍ୟତରେ ଆଉ ଏପରି କରିବେ ନାହିଁ ବୋଲି ବି କହିଛନ୍ତି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe