Investigation team
ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ ବଡ଼ ଧରଣର ଚଢାଉ କରାଯାଇଛି। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି, ଯାହାର ମୂଲ୍ୟ ୧,୮୧୪ କୋଟି ଟଙ୍କା ହେବ।
ଏହି କାରାଖାନାରେ MD ଡ୍ରଗ୍ସ ତିଆରି ଚାଲିଥିଲା। ଗୁଜୁରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ (ଏଟିଏସ) ଏବଂ ଦିଲ୍ଲୀର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମିଳିତ ଭାବେ ଏହି ଅପରେସନ କରିଥିଲା। ଏଥିରେ ଦୁଇ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।
ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସଙ୍ଗଭାଇ ଏନେଇ ଏକ ଏକ୍ସ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହ ତଦନ୍ତକାରୀ ସଂସ୍ଥାଙ୍କୁ ସାଧୁବାଦ ଜଣାଇଛନ୍ତି। ଡ୍ରଗ୍ସ ବିରୋଧ ଲଢେଇରେ ଏହା ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, "ଏହି ସଫଳତା ଡ୍ରଗ୍ କାରବାର ତଥା ଅପବ୍ୟବହାରରକୁ ରୋକିବା ପାଇଁ ତଦନ୍ତକାରୀ ସଂସ୍ଥା କିପରି ଭାବେ ଅହରାତ ଉଦ୍ୟମ କରୁଛନ୍ତି, ତାହା ଦର୍ଶାଉଛି। ସ୍ୱାସ୍ଥ୍ୟ ତଥା ନିରାପତ୍ତା ରକ୍ଷା କରିବାରେ ସେମାନଙ୍କର ସହଯୋଗୀ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ଏକ ନିରାପଦ ତଥା ସୁସ୍ଥ ରାଷ୍ଟ୍ର କରିବା ପାଇଁ ସେମାନଙ୍କ ମିଶନରେ ସେମାନଙ୍କୁ ସମର୍ଥନ ଜାରି ରଖିବା।"
ପ୍ରକାଶ ଥାଉକି, ନିକଟରେ ଦିଲ୍ଲୀରେ ବଡ଼ ଧରଣର ଚଢାଉ କରାଯାଇଧିଲା। ୫ ହଜାର ୬୦୦ କୋଟି ଟଙ୍କାର କୋକେନ ଏବଂ ହାଇଡ୍ରୋପୋନିକ ଗଞ୍ଜେଇ ଜବତ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1728207483.jpg)