Advertisment

ପୂଜା ପୂର୍ବରୁ ଉତ୍ପାତ କଲେ ମଦୁଆ; ଅଟୋ ଡ୍ରାଇଭରଙ୍କ ବେକ କାଟି ଦେଲେ

ଆଜି ସନ୍ଧ୍ୟା ବେଳେ ମଧୁପାଟଣା ଛକରେ ଯାତ୍ରୀଙ୍କୁ ଅପେକ୍ଷା କରିଥିଲେ ଅଟୋ ଚାଳକ। ଠିକ୍‌ ସେତିକି ବେଳେ ୨ ଜଣ ମଦୁଆ ସେଠାରେ ପହଞ୍ଚି ଥିଲେ। ଅଟୋ ପାର୍କିଂକୁ ନେଇ ଚାଳକଙ୍କ ସହିତ ସେମାନେ ଯୁକ୍ତିତର୍କ କରିଥିଲେ।

author-image
Manoranjan Sial
Cuttack

Cuttack

ପାଣ ଋତୁ ଆରମ୍ଭରୁ ଉତ୍ପାତ କଲେଣି ମଦୁଆ। ସାମାନ୍ୟ କଥାରୁ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ଟାଉନ୍‌ରେ ଘଟିଛି। ମଦୁଆଙ୍କ ଆକ୍ରମଣ ଆହତ ହୋଇଥିବା ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି।

Advertisment

ଆଜି ସନ୍ଧ୍ୟା ବେଳେ ମଧୁପାଟଣା ଛକରେ ଯାତ୍ରୀଙ୍କୁ ଅପେକ୍ଷା କରିଥିଲେ ଅଟୋ ଚାଳକ। ଠିକ୍‌ ସେତିକି ବେଳେ ୨ ଜଣ ମଦୁଆ ସେଠାରେ ପହଞ୍ଚି ଥିଲେ। ଅଟୋ ପାର୍କିଂକୁ ନେଇ ଚାଳକଙ୍କ ସହିତ ସେମାନେ ଯୁକ୍ତିତର୍କ କରିଥିଲେ। ପରେ ଦୁଇ ମଦୁଆ ଏକ ଧାରୁଆ ଅସ୍ତ୍ରରେ ଅଟୋ ଚାଳକଙ୍କ ବେକକୁ କାଟି ଦେଇଥିଲେ। ଚିତ୍କାର ଶୁଣି ସାଥୀ ଅଟୋ ଚାଳକମାନେ ସେଠାକୁ ଆସିଥିଲେ। ସେତେବେଳକୁ ଦୁଇ ମଦୁଆ ସେଠାରୁ ଚମ୍ପଟ ମାରିଥିଲେ।

ରକ୍ତ ଜୁଡୁବୁଡ଼ୁ ହୋଇଥିବା ଅଟୋ ଚାଳକକୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସିଟି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ମଧୁପାଟଣା ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ହେଲେ ଅଭିଯୁକ୍ତ ଦୁଇ ମଦୁଆଙ୍କ ପତ୍ତା ମିଳିନି। ସେମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ପାର୍ବ ଋତୁରେ ମଦୁଆଙ୍କ ଏପରି ଉତ୍ପାତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment
Cuttack Crime